ମୁମ୍ବାଇ୨୪|୧୦: ବଲିଉଡ୍ରେ ଇଣ୍ଟିମେଟ୍ ସିନ୍ର ଟ୍ରେଣ୍ଡ ଆରମ୍ଭ କରିଥିବା ମଲ୍ଲିକା ଶେରାଓ୍ବତ ଆଜି ୪୩ ବର୍ଷ ବୟସରେ ପାଦ ଥାପିଲେ। ୨୦୦୩ ମସିହାରେ ଖୁଆହିସ୍ ଫିଲ୍ମ ମାଧ୍ୟରେ ସେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମରେ ମଲ୍ଲିକାଙ୍କୁ ବୋଲ୍ଡ ସିନରେ ଦେଖି ଦର୍ଶକ ବେଶ ପସନ୍ଦ କରିଥିଲେ। ଏହି ଫିଲ୍ମରେ ୧୭ ଟି କିସ୍ ସିନ ସେ କରିଥିଲେ। ଏବେ ସେ ଇଣ୍ଟରନ୍ୟାସନାଲ ଷ୍ଟାର ହୋଇଯାଇଛନ୍ତି।
{"id":174405}ମଲ୍ଲିକା ଶେରାଓ୍ବତଙ୍କ ପ୍ରକୃତ ନାଁ ରିମା ଲମ୍ବା। ଗ୍ଲାମର ଦୁନିଆରେ ଏଣ୍ଟ୍ରି କରିବା ସେ ନିଜ ନାଁ ବଦଳାଇ ଦେଇଥିଲେ। ହିନ୍ଦୀ ଫିଲ୍ମ ବ୍ୟତୀତ ହଲିଉଡ୍ ଓ ଚାଇନିଜ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି।
{"id":174406}ଏକ ସମୟରେ ମଲ୍ଲିକାଙ୍କୁ ସେକ୍ସ ସିମ୍ବଲ ବୋଲି କୁହାଯାଉଥିଲା। ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ କରି ମଲ୍ଲିକା ନିଜର ପରିଚୟ ସୃଷ୍ଟି କରିଥିଲେ। ପାଠ ପଢ଼ା ଶେଷ ହେବା ପରେ ମଲ୍ଲିକା ଏୟାର ହଷ୍ଟେସେରେ କାମ କରିବା ଆରମ୍ଭ କରିଥିଲେ।
{"id":174407}ଏହି ସମୟରେ ଜଣେ ପାଇଲଟ୍ କରଣ ସିଂହଙ୍କ ସହ ମଲ୍ଲିକାଙ୍କ ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ପରେ ଦୁଇ ଜଣ ବିବାହ କରିଥିଲେ।
{"id":174408}ବିବାହର ଏକ ବର୍ଷ ପରେ ମଲ୍ଲିକା ତାଙ୍କ ସ୍ବାମୀଙ୍କୁ ତଲାକ ଦେଇଥିଲେ। ଫିଲ୍ମରେ ଅଭିନୟ କରିବା ଲକ୍ଷ୍ୟରେ ମଲ୍ଲିକା ହରିୟାଣ ଛାଡ଼ି ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କର ଗୋଟେ ପୁଅ ଅଛି। କିଛିଦିନ ପୂର୍ବରୁ ମଲ୍ଲିକାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।