Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମଲ୍ଲିକା ଦୁଆଙ୍କ ମା ଚିନ୍ନାଙ୍କ ଦେହାନ୍ତ : ମାସେ ଧରି କରୋନା ସହ କରୁଥିଲେ ଲଢେଇ

12/06/2021 at 11:51 AM

ନୂଆଦିଲ୍ଲୀ ୧୨/୬ : ଅଭିନେତ୍ରୀ ତଥା ହାସ୍ୟ ଅଭିନେତା ମଲ୍ଲିକା ଦୁଆଙ୍କ ମା ଚିନ୍ନା ଦୁଆଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କୋଭିଡ 19 ରେ ସଂକ୍ରମିତ ହୋଇଥିଲେ। ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ୫୬ ବର୍ଷୀୟ ଚିନ୍ନାଙ୍କ ପ୍ରକୃତ ନାମ ପଦ୍ମାବତୀ ଦୁଆ । ସେ ସାଙ୍ଗମାନଙ୍କ ମଧ୍ୟରେ ଚିନ୍ନା ଭାବରେ ଜଣାଶୁଣା । ସୂଚନା ଥାଉକି, ଯେ ସେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପତ୍ନୀ ଥିଲେ ।

ଅଭିନେତ୍ରୀ ତଥା ରାଜନେତା କାକ୍ ବିନା ଇନଷ୍ଟାଗ୍ରାମରେ ତାଙ୍କ ଚିତ୍ର ସେୟାର କରି ଚିନ୍ନାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିନା କ୍ୟାପସନରେ ଲେଖିଛନ୍ତି- ‘ପ୍ରିୟ ଚିନ୍ନା, ତୁମେ ବହୁତ ସଂଘର୍ଷ କରିଛ । ବର୍ତ୍ତମାନ ତୁମର ଆତ୍ମାର ସଦଗତି ହେଉ । ମେ ୧୫ରେ, ଚିନ୍ନା ତାଙ୍କ ଇନଷ୍ଟାଗ୍ରାମରେ କୋଭିଡ 19 ରେ ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ସେ ଲେଖିଛନ୍ତି ଯେ ‘ନମସ୍କାର ସମସ୍ତଙ୍କୁ । ମୁଁ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲି ।

ମୋର ସ୍ୱର ଶୁଣି ଡାକ୍ତରମାନେ ମନିଟରିଂର ଆବଶ୍ୟକତା ପରାମର୍ଶ ଦେଇଥିଲେ । ମେ ୧୩ ରେ ଆମକୁ ସେଣ୍ଟ ଷ୍ଟିଫେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ଥିତିରେ ସୁଧାର ଆସି ନଥିଲା । ଆଇସିୟୁ ଆବଶ୍ୟକ ଥିଲା କିନ୍ତୁ ଶଯ୍ୟା ନଥିଲା । ଗତକାଲି ରାତିରେ ଆମେ ତାଙ୍କୁ ମେଦାନ୍ତରେ ଭର୍ତ୍ତି ହୋଇଛୁ । ସେପଟେ ବିନୋଦ ଦୁଆଙ୍କୁୁ ମଧ୍ୟ ଅକ୍ସିଜେନ ଦିଆଚାଲିଛି । ଠିକ୍ ହେବା ପାଇଁ ଆହୁରି ସମୟ ଲାଗିବ । ସମସ୍ତଙ୍କୁ ଶୁଭେଚ୍ଛା କାମନା କରୁଛୁ । ’ଏହା ପରେ ଚିନ୍ନା ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ।

   Related Posts