ମଲାଇକା ଓ ଅର୍ଜୁନଙ୍କ ସମ୍ପର୍କରେ ଫାଟ ! ନୂଆ ବର୍ଷରେ ଏକାଠି କରିବେନି ସେଲିବ୍ରେସନ୍

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଲୀ ୨୯/୧୧: ଅର୍ଜୁନ-ମଲାଇକା ହୁଏତ ସର୍ବସାଧାରଣରେ ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା କରନ୍ତି ନାହିଁ। କିନ୍ତୁ ସୋସିଆଲ ମିଡିଆରେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଏ । ବର୍ତ୍ତମାନ ସେମାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଉଭୟଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ଝଗଡା ହୋଇଛି ଏବଂ ମଲାଇକା ଅର୍ଜୁନଙ୍କ ଉପରେ ଖୁବ୍ ରାଗିଯାଇଛନ୍ତି।

{"width":686,"height":463}
malaika arora arjun kapoor

ନିକଟରେ ଅର୍ଜୁନ କପୁର ମୋହିତ ସୁରିଙ୍କ ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ’ର ସୁଟିଂ ଶେଷ କରିଛନ୍ତି। ଏହା ପରେ ମଧ୍ୟ ସେ ଫ୍ରୀ ନାହାଁନ୍ତି। ସେ ତାଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି, ଯେଉଁଥିପାଇଁ ସେ ଏଥର ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ବ୍ୟସ୍ତ ରହିବେ। ମଲାଇକା ଅର୍ଜୁନଙ୍କ ସହ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ କରିବାକୁ ଚାହୁଁଥିଲେ, କିନ୍ତୁ ଅର୍ଜୁନ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ତାହା କରିବାକୁ ମନା କରିଦେଇଛନ୍ତି । କୁହାଯାଉଛି ଯେ ଅର୍ଜୁନଙ୍କ ମନା ଯୋଗୁଁ ମଲାଇକା ଅଭିନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.