ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍

Published By : Prameya-News7 Bureau | April 14, 2021 IST

ମାଲକାନଗିରି ୧୪।୪: ପଡୋଶୀ ଛତିଶଗଡରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ମାଲକାନଗିରି ସୀମାନ୍ତ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଫଳରେ ଏବେ ଅଧିକାଂଶ ଲୋକେ ଓଡିଶା ମୁହାଁ ହୋଇଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରିଠାରୁ ଛତିଶଗଡ, ସୁକୁମା ଓ ଦୋର୍ନାପାଲକୁ ସଂଯୋଗ କରୁଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

{"id":438180,"width":841,"height":466,"sizeSlug":"large","linkDestination":"none"}

ସେହିପରି ଅପ୍ରେଲ ୩୦ତାରିଖ ପର୍ଯ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ୭ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏହାସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ସୁକୁମା-ମାଲକାନଗିରି ସୀମାନ୍ତରେ ଲୋକଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.