ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ, ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | June 27, 2020 IST

ମାଲକାନଗିରି ୨୭।୬: ଭିଜିଲାନ୍ସ ଜାଲରେ କିରାଣୀ । ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ ଏକେ ନାୟକ ଜମିଜମା ମାମଲାର ଫଇସଲା କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ମାଲକାନଗିରି ଜିଲ୍ଲା ମୋଟୁ ଥାନା ଏମପିଭି ୮୩ ଗ୍ରାମର ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କ ଜମିରୁ ୧୪୪ଧାରା ଉଚ୍ଛେଦ କରି ଜମିଜମା ମାମଲା ଫଇସଲା କରିବା ପାଇଁ ୨୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଜୀବନ ମଣ୍ଡଳ ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । କିରାଣୀଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଆଗରୁ ଲୁଚିରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଅଧିକାରୀ କିରାଣୀଙ୍କୁ ଧରି ତାଙ୍କ ପକେଟରୁ ଟଙ୍କା ଜବତ କରିଛନ୍ତି । କିରାଣୀଙ୍କୁ ଜୟପୁର ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯାଉଥିବାର ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.