ଭୋଟ ପାଇଁ ନାହିଁ ଉତ୍ସାହ : ସବୁଆଡ଼େ ନିର୍ବାଚନ ମାହୋଲ ସରଗରମ ଥିବାବେଳେ ନିଜ ଅଂଚଳର ବିଧାୟକ କିଏ ଜାଣିନାହାନ୍ତି ମାଲକାନଗିରି ଦୁର୍ଗମ ଅଞ୍ଚଳବାସୀ

Published By : Prameya-News7 Bureau | April 08, 2019 IST

ମାଲକାନଗିରି ୮/୪ : ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯେଉଁଠି ସରକାରୀ ବାବୁଙ୍କର କେବେ ପାଦ ପଡିନି। ଯାହାର ଫାଇଦା ନେଇ ନକ୍ସଲ ସେହି ଅଞ୍ଚଳରେ ବିସ୍ତାର କରିଛନ୍ତି ଲାଲ୍ ସାମ୍ରାଜ୍ୟ । ଆଉ ଏହାରି ଭିତରେ ହଜି ଯାଇଛି ଆଦିବାସୀଙ୍କ ଭବିଷ୍ୟତ।ଦୀର୍ଘ ବର୍ଷ ଧରି ଅନ୍ଧାରି ଇଲାକାରେ ରହିବା ପରେ ଏବେ ଆଲୁଅ ଖୋଜୁଛନ୍ତି ସ୍ଥାନୀୟ ଲୋକେ। ଅନେକ ବର୍ଷ ପରେ ନିଜ ଅଞ୍ଚଳର ବିକାଶ ପାଇଁ ଭୋଟ ଦେବା ଲାଗି ଇଚ୍ଛାପ୍ରକାଶ କରିଛନ୍ତି ଏହି ଦୁର୍ଗମ ଅଞ୍ଚଳର ଅଧିବାସୀ ।…

{"id":101335}

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏ ହେଉଛି ସେହି ଇଲାକା ଦିନେ ଯେଉଁଠି କାୟା ବିସ୍ତାର କରିଥିଲା ଲାଲ୍ ସାମ୍ରାଜ୍ୟ । ବଡ଼ିଗାଟ୍ଟା, ମାରିଗାଟ୍ଟା, ସାରିଗାଟ୍ଟା ଓ ଟେକଗୁଡ଼ା ଗାଁ ମଝିରେ ଆଜି ମଧ୍ୟ ରହିଛି ମାଓବାଦୀଙ୍କ ସହିଦ ସ୍ତମ୍ଭ । ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଏ ଅଞ୍ଚଳକୁ ଯିବା ଲାଗି ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲାନି । ଦେଖନ୍ତୁ ଜଙ୍ଗଲ ଭିତରେ କେମିତି ଖାଲ ଢିପ ରାସ୍ତା ଦେଇ ଯିବାକୁ ପଡୁଛି ଏ ଅଞ୍ଚଳକୁ ।

{"id":101337}

ଏଠାକାର ଆଦିବାସୀ ଲୋକଙ୍କ ପାଇଁ ଇନ୍ଦିରା ଆବାସ ସାତ ସପନ । ସ୍ବାସ୍ଥ୍ୟ କଥା ନକହିବା ଭଲ। ରୋଗ ବ୍ୟାଧି ହେଲେ ଏକମାତ୍ର ଭରସା ଦିଶାରୀ। ଛୋଟଛୋଟ ପିଲାଙ୍କ ପାଠ ପଢା କଥା ବୁଝିବାକୁ ସତେ ଯେମିତି କାହାରି ପାଖରେ ସମୟ ନାହିଁ । ଖାସ୍ ଏଥିପାଇଁ ନକ୍ସଲଙ୍କ କଥାରେ ଏମାନେ ଦୀର୍ଘ ବର୍ଷ ଧରି ଭୋଟ ଦେଉନଥିଲେ ।…

{"id":101336}

ବଡ଼ିଗାଟ୍ଟା ପଞ୍ଚାୟତରେ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ନକ୍ସଲ ଏ ଅଞ୍ଚଳରୁ ଦୂରେଇ ଯାଇଛନ୍ତି । ବଡ଼ିଗାଟ୍ଟା ପଞ୍ଚାୟତ ଅଧୀନରେ ଥିବା ୧୫ଟି ଗାଁ ମଧ୍ୟରୁ ମାରିଗାଟ୍ଟା ଗାଁର ଜଣେ ମାତ୍ର ଯୁବକ ଏବର୍ଷ ମାଟ୍ରିକ ପାଶ କରିଛନ୍ତି । ନିଜ ଅଞ୍ଚଳର ବିକାଶ ଲାଗି ଏଥର ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଲୋକେ । ସେପଟେ ବିଏସଏଫ ଯବାନଙ୍କ ସୁରକ୍ଷା ବଳୟ ମଧ୍ୟରେ ୧୫ଟି ଗାଁରେ ଏଥର ମତଦାନ କରାଇବା ଲାଗି ଅଣ୍ଟାଭିଡିଛି ପ୍ରଶାସନ ।

{"id":101338}

ସବୁଆଡ଼େ ନିର୍ବାଚନର ମାହୋଲ ସରଗରମ ହେଉଥିବା ବେଳେ ଏଠାରେ କିନ୍ତୁ ଲୋକଙ୍କ ମଧ୍ୟରେ ସେମିତି କିଛି ଉତ୍ସାହ ନାହିଁ । ନିଜ ଅଞ୍ଚଳର ବିଧାୟକ କିଏ ଯେତେବେଳେ ଲୋକେ ଜାଣିନାହାଁନ୍ତି ନିର୍ବାଚନକୁ ନେଇ ଉତ୍ସାହିତ ହେବେ ବା କେମିତି ।…

{"id":101340}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.