Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଚ୍ଛିନ୍ନାଞ୍ଚଳରେ ପୁଣି ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

25/02/2020 at 8:31 AM

ଚିତ୍ରକୋଣ୍ଡା ୨୫।୦୨: ବିଚ୍ଛିନ୍ନାଞ୍ଚଳରେ କିଛିଦିନ ଧରି ନକ୍ସଲ ପନ୍ଥୀଙ୍କ ଦବଦବା ଥମିଥିବା ବେଳେ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗି ପଡିଲେଣି ଲାଲ ବାହିନୀ । ଯୋଡାମ୍ବୋ ଠାରେ ଥିବା ଅସ୍ଥାୟୀ ବି.ଏସ.ଏଫ କ୍ୟାମ୍ପ ଠାରୁ ମାତ୍ର ୩ କି.ମି ବ୍ୟବଧାନ ରେ ଘଟାଇଛନ୍ତି ଏକ ବର୍ବର କାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସୂଚନା।  ମୃତକ  ଯୋଡାମ୍ବର ବ୍ୟବସାୟୀ ଦୀନବନ୍ଧୁ ବୋଲି ଜଣାପଡିଛି ।    

ଜାନୁୟାରୀ ୨୫ ତାରିଖ ଦିନ ନକ୍ସଲ ପନ୍ଥୀ ଯୋଡାମ୍ବୋ ଠାରେ ଘଟେଇଥିଲେ ହିଂସାତ୍ମକ କାଣ୍ଡ । ଗାଁ ଲୋକଙ୍କ ଘର ପୋଡି ସହ କରିଥିଲେ ବାଇକ ପୋଡି । ସେହିଦିନ ଠାରୁ ଯୋଡାମ୍ବୋ ବାସିନ୍ଦା ଙ୍କ ମୁହଁ ରୁ ହଜିଯାଇଛି ହସ । ଯୋଡାମ୍ବୋ ପଞ୍ଚାଯତ ର ୩ ଖଣ୍ଡ ଗାଁ ଯୋଡାମ୍ବୋ, ଜନ୍ତୁରାଇ ଓ ସିନ୍ଧୀବାଡ଼ି ସମ୍ପୂର୍ଣ୍ଣ ଗାଁ ଭୟରେ ଥରହର ହେଉଥିବା ବେଳେ, ଗାଁ ଲୋକଙ୍କୁ ସାହସ ଦେବା ପାଇଁ ଆସି ପହଞ୍ଚି ଥିଲେ ସୀମା  ସୁରକ୍ଷା ବାହିନୀ ଓ ଏସ.ଓ.ଜି ବାହିନୀ । ସେହି ଦିନରୁ କଡା ସୁରକ୍ଷା ଭିତରେ ରହିଆସୁଛନ୍ତି ଗ୍ରାମବାସୀ । ଦିନ ରାତି ଚାଲିଛି ସୁରକ୍ଷା ବାହିନୀଙ୍କ ପଇଁତରା । ତଥାପି ଖାତିର କରିନାହାନ୍ତି ଲାଲବାହିନୀ ।

ପୂର୍ବରୁ ଟାର୍ଗେଟ କରି ରହିଥିଲେ ଯୋଡାମ୍ବୋ ଗାଁ ଉପରେ ନକ୍ସଲ ପନ୍ଥୀ । ଯୋଡାମ୍ବୋ ସ୍ଥିତ ବ୍ୟବସାୟୀ ଦିନବନ୍ଧୁ ରବିବାର ସାପ୍ତାହିକ ହାଟ ପଣସପୁଟକୁ ବ୍ୟବସାୟ କରିବାକୁ ଯାଉଥିବା ସମୟରେ କିଛି ବ୍ୟକ୍ତି ଦିନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ଗାଡିରୁ ଓହ୍ଲାଇ ନିକଟସ୍ଥ ଗ୍ରାମ ଖଜୁରିଗୁଡାକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଜଗି ରହିଥିଲେ ନକ୍ସଲ ପନ୍ଥୀ । କିଛି ସମୟ କଥାବାର୍ତ୍ତା ପରେ ଦୀନବନ୍ଧୁ ଙ୍କ ସ୍ତ୍ରୀ କୁ ସେଠାରୁ ଚାଲିଯିବା ପାଇଁ କହିଥିଲେ । ଦୀନବନ୍ଧୁଙ୍କ ସ୍ତ୍ରୀ ସେଠାରୁ ଚାଲିଆସିବାର ପ୍ରାୟ ୫ ଘଣ୍ଟା ପରେ ଦୀନବନ୍ଧୁଙ୍କୁ ନକ୍ସଲ ପନ୍ଥୀ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟା ପରେ ମର ଶରୀର କୁ ରାସ୍ତା କଡରେ ଫୋପାଡି ଦେଇଛନ୍ତି । ହତ୍ୟା ପରେ ପୁଣି ଥରେ ଯୋଡାମ୍ବୋ ଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଯୋଡାମ୍ବୋ ଠାରେ ଗତ ୨୫ ତାରିଖ ଦିନ ନକ୍ସଲ ପନ୍ଥୀ ଘଟଣା ଘଟେଇବା ପରେ ପୋଲିସ ର ସୁରକ୍ଷା ପାଇ ସ୍ଥାନୀୟ ଲୋକେ ସାହସର ସହିତ ନିଜ ନିଜ ର ଦୈନଦିନ କାର୍ଯ୍ୟରେ ବାହାରକୁ ଯାତାୟାତ ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ନକ୍ସଲପନ୍ଥୀ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ନିଜର କାୟା ବିସ୍ତାର କରିବା ସହ ଜଣେ ସ୍ଥାନୀୟ ଗ୍ରାମବାସୀଙ୍କୁ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଦେଇଛନ୍ତି । ଅସ୍ଥାୟୀ ବି.ଏସ.ଏଫ କ୍ୟାମ୍ପ ଠାରୁ ମାତ୍ର ୩ କି.ମି. ବ୍ୟବଧାନରେ ହତ୍ୟା କରି ଖୋଲାଖୋଲି ଭାବେ ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି ଲାଲ ବାହିନୀ ।      

   Related Posts