ମାଲକାନଗିରି ଆଦର୍ଶ ଥାନା ସପ୍ତାହେ ପାଇଁ ସିଲ୍

Published By : Prameya-News7 Bureau | July 27, 2020 IST

ମାଲକାନଗିରି ୨୭।୦୭ : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପ୍ରଶାସନ । ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍‌ କରାଯାଇଛି । ଥାନାରୁ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ମାଲକାନାଗିରି ଆଦର୍ଶ ଥାନାରେ ଜଣେ ପୋଲିସ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍‌ କରାଯାଇଛି । ସିଲ୍‌ କରାଯିବା ପରେ ଥାନାକୁ ସାନିଟାଇଜ୍‌ କରାଯିବ । ଏହାସହିତ ଏକ ସପ୍ତାହ ଲାଗି ଥାନାକୁ କାହାକୁ ନଆସିବା ନିର୍ଦ୍ଦେଶ ଦିଆଯାଇଛି ।  ତେବେ ଏହି ସିଲ୍‌ ସମୟରେ ପୁରୁଣା ଥାନାରେ ବର୍ତ୍ତମାନ ଅସ୍ଥାୟୀ ଭାବେ କାର୍ଯ୍ୟ  ଜାରି ରହିବ । ଏହା ଏକ ସପ୍ତାହ ପାଇଁ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.