Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମାଲକାନଗିରିରେ ମାତିଛନ୍ତି ସାଇବର ଲୁଟେରା; ବ୍ୟାଙ୍କ ଆକାଉଣ୍ଟରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ପୋଲିସ ଉଦ୍ଧାର କଲା ଲକ୍ଷେ ଟଙ୍କା, ହେଲେ ଧରି ପାରୁନି ଲୁଟେରାଙ୍କୁ

8/07/2019 at 7:42 PM

ମାଲକାନଗିରି୮|୭; ଡିଜିଟାଲ ଯୁଗରେ ଡିଜିଟାଲ ଷ୍ଟାଇଲରେ ମାଲକାନଗିରି ପୋଲିସକୁ ମିଳିଲା ପୁଣି ଏକ ସଫଳତା । ମାଓ ଆଧ୍ୟୁଷିତ ଉପାନ୍ତ ଜିଲ୍ଲା ମାଲକାନଗିରିରେ ମାତିଛନ୍ତି ସାଇବର ଲୁଟେରା । ସଚେତନତା ଅଭାବରୁ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଯାହାର ଫର୍ଦାଫାସ କରିବାରେ ସଫଳ ହୋଇଛି ମାଲକାନଗିରି ପୋଲିସ । ସୂଚନା ଅନୁଯାଇ ମାଲକାନଗିରି ର କୈଳାସ ଧାକଡ ନାମକ ଜେନ ବ୍ୟକ୍ତିଙ୍କୁ ବ୍ୟାଙ୍କରୁ କହୁଛି କହି ଜଣେ ସାଇବର ଲୁଟେରା ତାଙ୍କ ବ୍ୟାଙ୍କ ଡିଟେଲ ଜାଣିବାରେ ସଫଳ ହୋଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟିବାରେ ସଫଳ ହୋଇଥିଲା ।

 ଏ ନେଇ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ସେଇ ଲୁଟେରାଠାରୁ ୭୦ହଜାର ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି । ସେଇ ଭଳି ତାରକ ପାତ୍ର ନାମକ ଜଣେ ବ୍ୟକ୍ତି ମେକ ମାଇଁ ଟ୍ରିପ ଜରିଆରେ ଟିକେଟ ବୁକିଙ୍ଗ କରିଥିବା ବେଳେ ଏୟାର ଟିକେଟ କ୍ୟନସେଲନେସନ ପାଇଁ ୱେବସାଇଟ ନମ୍ବରରେ ଜଣଙ୍କୁ ଯୋଗା ଯୋଗ କରି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଏଟି.ଏମ.ପିନ ମଧ୍ୟ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାୟବ ହୋଇ ଯିବାରୁ ସେ ଏ ନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ଜୁନ ମାସ ୧୦ ତାରିଖ ଦିନ ଘଟିଥିବା ବେଳେ  ତାଙ୍କର ଆକାଉଣ୍ଟରୁ ୫୦ହଜାର ଟଙ୍କା ଗାୟବ ହୋଇଥିଲା ।

ତେବେ ସେ ଟଙ୍କା ଫେରି ପାଇଥିବା ବେଳେ ଅନ୍ୟ ଏକ ଘଟଣାରେ ମାଲକାନଗିରି ପୋଲିସ ସାଇବାର ଲୁଟେରାଙ୍କ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର କରିଛି।ତେବେ କୌଣସି ଜଣେ ମଧ୍ୟ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇ ନାହିଁ ।  କିନ୍ତୁ ଏଭଳି ଘଟଣା ଜିଲ୍ଲାରେ ବାରମ୍ବାର ଘଟୁଥିବାରୁ ମାଲକାନଗିରି ଏସପି ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କୁ ସଚେତନ ରହିବା ସହଡେବିଟ ଓ କ୍ରେଡିଟ କାର୍ଡ ନମ୍ବର କାହାକୁ ନ ଦେବା ପାଇଁ କହିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଇ-ମେଲପ୍ରତି ଯତ୍ନବାନ ହେବା ସହ ହୋଟେଲ, ପେଟ୍ରଲପମ୍ପ, ରେସ୍ଟୃରାଣ୍ଟ ମାନଙ୍କରେ ସତର୍କତା ଅବଲମ୍ବନ କରିବା ପାଇଁ ସେ କହିଛନ୍ତି । ଏଟିଏମ ରେ ଟଙ୍କା ବାହାର କରିବା ବେଳେ ମଧ୍ୟ ପଛରେ ଥିବା ବ୍ୟକ୍ତିଙ୍କୁ ବିନମ୍ରତାର ସହ ବାହରକୁ ଯିବା ଲାଗି କୁହନ୍ତୁ ବୋଲି ମଧ୍ୟ ସେ ପରାମର୍ଶ  ଦେଇଛନ୍ତି । ଏହା ସହ ସାଇବର ଜନିତ କୌଣସି ପ୍ରକାର ଠକାମିର ଶିକାର ହେଲେ ମାଲକାନଗିରି ସାଇବାର କ୍ରାଇମ ପ୍ରକଷ୍ଠକୁ ଯାଇ ଅଭିଯୋଗ କରିବା ଲାଗି କହିଛନ୍ତି ।

   Related Posts