Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମାଲକାନଗିରି ଜିଲ୍ଲାରେ ଆଦର୍ଶ ଡାକ୍ତରଖାନା- ସରକାରୀ ଡାକ୍ତରଖାନାରେ ମିଳୁଛି ବେସରକାରୀ ସୁବିଧା

22/11/2019 at 7:09 PM

ମାଲକାନଗିରି୨୨।୧୧ – ସରକାରୀ ଡାକ୍ତରଖାନାରେ ବେସରକାରୀ ସୁବିଧା । ତାହା ପୁଣି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ । କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଚିତ । ହେଲେ ବାସ୍ତବତା ଆପଣ ଆଖିରେ ଦେଖିଲେ ବିଶ୍ବାସ କରିବେ । ଏପରି ସୁବିଧା କୋରୁକୋଣ୍ଡାର ଆଦର୍ଶ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଛି ।

ପରିଷ୍କାର ପରିଚ୍ଛନ୍ନ ପରିବେଶ । ଚାରିପଟେ ଔଷଧୀୟ ବୃକ୍ଷ ଭର୍ତ୍ତି । ଏ କୌଣସି ବେସରକାରୀ ମେଡିକାଲ ନୁହେଁ, ନକ୍ସଲ ପ୍ରବଣ ମାଲକାନାଗିରି ଜିଲ୍ଲା କେ।ରୁକୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ସ୍ବଚ୍ଛ ପରିବେଶ ମଧ୍ୟରେ ରେ।ଗୀଙ୍କ ଚିକିତ୍ସା କରାଯାଉଛି । ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ବି ରହିଛି ।

ଗୁଣି ଗାରେଡି ଭଳି ଅନ୍ଧବିଶ୍ବାସରୁ ଲେ।କଙ୍କୁ ମୁକୁଳାଇବାକୁ ଟିଭି ମାଧ୍ୟମରେ ସଚେତନ କରାଯାଉଛି । ଖାଲି ସେତିକି ନୁହେଁ, ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରଖିବାକୁ ରେ।ଗୀଙ୍କୁ ଯେ।ଗ କରାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ପୁର୍ବରୁ କୋରୁକୋଣ୍ଡା ବ୍ଲକର ଗରିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଜିଲ୍ଲା ସଦର ଚିକିତ୍ସାଳୟ କିମ୍ବା ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ବର୍ତ୍ତମାନ କିନ୍ତୁ ରୋଗୀଙ୍କ ପ୍ରଥମ ପ୍ରସନ୍ଦ ପାଲଟିଛି କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । କାରଣ ଘରୋଇ ମେଡିକାଲ ଭଳି ସବୁ ପ୍ରକାର ସୁବିଧା ଏଠି ଉପଲବ୍ଧ । ୨୪ ଘଣ୍ଟା ରେ।ଗୀଙ୍କ ସ୍ବାସ୍ଥ୍ୟ ଉପରେ ନଜର ଦେଉଛନ୍ତି ଡାକ୍ତର ମାନେ । ଉତ୍ତମ ପରିବେଶ ଭିତରେ ମାଗଣା ଚିକିତ୍ସା କରି ରୋଗମୁକ୍ତ ହୋଇ ଘରକୁ ଫେରୁଛନ୍ତି ଅନେକ ରୋଗୀ । ଯେଉଁଥି ପାଇଁ ଡାକ୍ତର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ ।

ନିଷ୍ଠାର ସହ ରାଜ୍ୟର ପଛୁଆ ଜିଲ୍ଲାର ଡାକ୍ତର ମାନେ ଯଦି ଏପରି କାର୍ଯ୍ୟ କରିବେ ତାହା ହେଲେ ଦିନ ଏମିତି ଆସିବ ଲୋକେ ଆଉ ଘରୋଇ ଡାକ୍ତର ଖାନା ମୁହାଁ ହେବେନି ।

   Related Posts