ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ମାଲକାନଗିରି ଆଇଆଇସି ନିଲମ୍ବିତ , ପାଇଥିଲେ ବେଷ୍ଟ ଆଇଆଇସି ଆୱାର୍ଡ

Published By : Prameya-News7 Bureau | July 26, 2019 IST

ମାଲକାନଗିରି୨୬|୭: ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ମାଲକାନଗିରି ଆଇଆଇସି ନିଲମ୍ବିତ । ଆଇଆଇସି ରଞ୍ଜନ କୁମାର ସାହୁଙ୍କୁ ପୋଲିସ ମହାନିର୍ଦ୍ଦେଶକ ସସ୍ପେଣ୍ଡ କରିଛନ୍ତି । ଏକ ମାମଲାକୁ ରଫାଦଫା କରିବା ପାଇଁ ମାଲକାନଗିରି ଆଦର୍ଶ ଥାନାର ଆଇଆଇସି ରଞ୍ଜନ ସାହୁଙ୍କ ସହ ଏସ୍ ଆଇ ମାନସ ରଞ୍ଜନ ସ୍ବାଇଁ, ଏସ୍ ଆଇ ସୁନିଲ କୁମାର ୧ ଲକ୍ଷ ଟଙ୍କା ବିଦ୍ୟୁତ ଚରଣ ଦାଶଙ୍କ ଠାରୁ ନେଉଥିଲେ । ଗତରାତିରେ ଜୟପୁର ଭିଜିଲାନ୍ସ ଟିମ୍  ଏମାନଙ୍କୁ ଧରିଥିଲା ।

{"id":137688}

ପୋଲିସ ବିଭାଗରେ ଉଲ୍ଲେଖନୀୟ କାମ ଓ ସେବା ପାଇଁ ଦିନେ ସେ ପାଇଥିଲେ ବେଷ୍ଟ ଆଇଆଇସି ଆୱାର୍ଡ । ଏବେ ସେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବେଷ୍ଟ ଆଇଆଇସି ଆୱାର୍ଡ ପାଇ ଡିଜିପି ଆରପି ଶର୍ମାଙ୍କ ଠାରୁ ପୁରସ୍କାର ନେଇଥିଲେ। ହେଲେ ଦିନ କେଇଟା ଯାଇନି ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ପଡିଥିଲେ ।ଏମିତି ପୋଲିସ ଅଧିକାରୀ ନିଜେ ଭୁଲ୍ କରି ପୂରା ଡିପାର୍ଟମେଣ୍ଟକୁ ବଦନାମ୍ କରିଛନ୍ତି । ଆଦର୍ଶ ହରାଇଥିବାରୁ ଆଦର୍ଶ ଥାନା ଅଧିକାରୀଙ୍କୁ ଗରିଫ କରିଛି ଭିଜିଲାନ୍ସ । ଏକ ଘରୋଇ କଲେଜର ଜାଲ ସାର୍ଟିଫିକେଟ୍‌ ମାମଲା ରଫାଦଫା କରିବା ପାଇଁ ଆଇଆଇସି ରଞ୍ଜନ କୁମାର ସାହୁ, ବିଦ୍ୟୁତ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୧ ଲକ୍ଷ ଟଙ୍କାରେ ଡିଲ୍ ଫିକ୍ସ ହୋଇଥିଲା । ଏପଟେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ବିଦ୍ୟୁତ ଦାସ । କାଲି ରାତିରେ ଏହି ଟଙ୍କା ଥାନାରେ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଆଇଆଇସି ରଞ୍ଜନ କୁମାର ସାହୁଙ୍କ ସହ ଏସ୍ ଆଇ ମାନସ ରଞ୍ଜନ ସ୍ବାଇଁ ଓ ସୁନିଲ କୁମାର ସାହୁଙ୍କୁ ରଙ୍ଗେହାତ୍ ଧରିଥିଲା ଭିଜିଲାନ୍ସ ।

{"id":137689}

ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ଆଇଆଇସି ରଞ୍ଜନ କୁମାର ସାହୁଙ୍କୁ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି ଶର୍ମା ନିଲମ୍ବନ କରିଛନ୍ତି । ସେହିଭଳି ଦୁଇ ଏସ୍‌ଆଇଙ୍କୁ ମଧ୍ୟ ସ୍‌ପେଣ୍ଡ କରାଯାଇଛି । ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସମସ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

{"id":137690,"width":598,"height":336}

ସାଧାରଣ ଲୋକ ଓ ପୋଲିସ ଭିତରେ ବିଶ୍ବସନୀୟତା ବଢାଇବା ପାଇଁ ପୋଲିସ ବିଭାଗ ସବୁବେଳେ ଚେଷ୍ଟା କରୁଛି । ହେଲେ କିଛି ଦୁର୍ନୀତି ଖୋର ଅଧିକାରୀଙ୍କ ଯୋଗୁଁ ପୋଲିସ ବିଭାଗ ବଦନାମ୍ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.