Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରିରେ ସ୍ଥିତି ସଙ୍ଗୀନ୍: ପୋଲ ଉପରେ ଚାଲୁଛି ୫ ଫୁଟ୍ ଉଚ୍ଚରେ ପାଣି, ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

29/07/2019 at 9:25 PM

ମାଲକାନଗିରି୨୯|୭: ଲଗାଣ ବର୍ଷାରେ ଫୁଲୁଛି ନଈ । ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀରେ ଜଳ ପତ୍ତନ  ଲଗାତାର ବୃଦ୍ଧି ପାଇବାରେ ଲାଗିଛି । କାଙ୍କୁରୁକୋଣ୍ଡା, ପୋଟେରୁ, କୋରୁକୋଣ୍ଡା ଓ ଏମ.ଭି.୩୭ ଭଳି ସ୍ଥାନରେ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।ଫଳରେ କାଲିମେଳା, ପଡ଼ିଆ ଓ କୋରୁକୋଣ୍ଡା ବ୍ଲକର ଅନେକ ଅଞ୍ଚଳ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । …

ମାଲକାନଗିରିରେ ସ୍ଥିତି ସଙ୍ଗୀନ୍‌ ।ଲଗାଣ ବର୍ଷା ଯୋଗଁ ବଢୁଛି ନଈ ।ପୋଲ ଉପରେ ଚାଲୁଛି ୫ ଫୁଟ୍‌ ଉଚ୍ଚରେ ପାଣି ।୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପଟେ ଅଟକି ରହିଛି ଶହ ଶହ ଗାଡ଼ି ।ହଜାର ହଜାର ଲୋକ ପୋଲର ଉଭୟ ପଟେ ଅଟକି ରହିଛନ୍ତି ।

କାଙ୍କୁରୁକୋଣ୍ଡା, ମାଥିଲି, କୋରୁକୋଣ୍ଡା ଏବଂ ଏମ.ଭି.୩୭ ସବୁଠି ସମାନ ସ୍ଥିତି ।ଜିଲ୍ଲାରେ ୩ ଦିନ ହେଲାଣି ବର୍ଷା ଲାଗି ରହିଥିବା ବେଳେ କାଲିମେଳା, ମୋଟୁ ଓ ପଡ଼ିଆ ଅଞ୍ଚଳର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଶହ ଶହ ହେକ୍ଟର ଧାନ ଜମିରେ ପାଣି ମାଡ଼ିଯାଇଛି ।

ବିଲରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।କିଛି କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ବନ୍ୟା ପରିସ୍ଥିତି ନେଇ ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ସଜାଗ ରହିବା ଲାଗି ମାଲକାନଗିରି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।…

ମାଲକାନଗିରିରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ମଧ୍ୟ ଅତି ପ୍ରବଳ ବର୍ଷା ଆଶଙ୍କା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି କଳାହାଣ୍ଡି, ଗଞ୍ଜାମ, ସୋନପୁର, ବଲାଙ୍ଗୀର ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୌସୁମୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।…

ଆସନ୍ତା ୨୪ ଘଣ୍ଟା ଭିତରେ ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସେହିପରି ରାୟଗଡ଼ା, ଦେବଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ । ତେବେ ୩୦ ଓ ୩୧ ତାରିଖ ଦୁଇ ଦିନ ବର୍ଷା ପରିମାଣ କମିବ ।ଏହାପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।…

   Related Posts