ମାଲକାନଗିରିରେ ବନ୍ୟା ସ୍ଥିତି ସଙ୍ଗୀନ, ସେପଟେ ଆସୁଛି ଆଉ ଏକ ଲଘୁଚାପ, ଉପକୂଳ ଓଡିଶାରେ ଛେଚିବ

Published By : Prameya-News7 Bureau | August 17, 2020 IST

ଭୁବନେଶ୍ୱର, ୧୭|୦୮:  ମାଲକାନଗିରି ବନ୍ୟା ସ୍ଥିତିରେ ଆସିନି ସୁଧାର । ଜିଲ୍ଲାର ଅନେକ ଅଞ୍ଚଳ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବଢି ଚାଲିଛି ବିଭିନ୍ନ ନଦୀର ଜଳସ୍ତର । ପୋଟେରୁ, କାଙ୍କୁରୁକୋଣ୍ଡା, ଏମଭି-୯୬, କନ୍ୟାଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ଆଜି ମଧ୍ୟ ପାଣି ପ୍ରବାହିତ ହେଉଛି । କାଙ୍କରକୋଣ୍ଡା ପୋଲ ଉପରେ ୬ ଫୁଟ ପାଣି ଚାଲୁଛି।  କାଲିମେଳା, ପଡିଆ, କୋରୁକୋଣ୍ଡା ଓ ଚିତ୍ରକୋଣ୍ଡା ବ୍ଲକରେ ବ୍ୟାପକ କ୍ଷତି ହୋଇଛି ।

ସବୁଠୁ ବେଶୀ କ୍ଷତି ହୋଇଛି କାଲିମେଳା ବ୍ଲକର ଗୁମକା, କାଙ୍କୁରୁକୋଣ୍ଡା ଓ ବଦିଲି ପଞ୍ଚାୟରେ । ପୋଟେରୁ ନଦୀର ବନ୍ୟା ଏହି ସବୁ ଅଞ୍ଚଳକୁ ବୁଡାଇ ଦେଇଛି । ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅନେକ ଝାଟିମାଟି ଘର ମାଟିରେ ମିଶି ଯାଇଛି । ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ କୁ ଆଲର୍ଟ ରଖାଯାଇଛି । ତେବେ ଅନେକ ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

{"id":316146,"sizeSlug":"large"}

ଢେଙ୍କାନାଳ ଜିଲ୍ଲାର ଭୁବନ ଓ ଗଁନ୍ଦିଆ ବ୍ଲକରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବ୍ରାହ୍ମଣୀ ନଦୀରେ ପାଣି କିଛି ମାତ୍ରାରେ କମିଛି । ବାଲେଶ୍ବରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ।  ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର, ବାଲେଶ୍ବର ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକର ତଳି ଅଞ୍ଚଳରେ ପାଣି ପଶିଛି । ସେହିପରି କେନ୍ଦ୍ରାପଡା ଚରପଡା ବିକଟ ବିରୂପା  ନଦୀ ପଠାରୁ ୪ ଜଣ ଘୁଷୁରି ଜଗୁଆଳିଙ୍କୁ ଉଦ୍ଧାର କରାଯାଇଛି । ନଦୀରେ ହଠାତ୍ ପାଣି ମାଡି ଆସିବାରୁ ସେମାନେ ଏକ କୁଦରେ ଅଟକି ରହିଥିଲେ ।  ଅଗ୍ନିଶମ ବିଭାଗ ଏମାନଙ୍କୁ ଉଦ୍ଧାର କରିଛି । ଶୁକ୍ରବାର ଠାରୁ  ଲାଗି ଥିବା ପ୍ରବଳ ବର୍ଷା ଫଳରେ ଦେବଗଡ଼ ପୌରାଞ୍ଚଳରେ ପାଣି ପଶିଛି।

{"id":316147,"width":630,"height":377,"sizeSlug":"large"}

୧୯ରୁ ଆସୁଛି ଆଉ ଏକ ଲଘୁଚାପ । ୧୮ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଜିଲ୍ଲା ସମତେ କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ବର୍ଷିବ । ଚଳିତମସରେ ଏହା ଚତୁର୍ଥ ଲଘୁଚାପ । ସେପଟେ ଜଗତସିଂହପୁର ଏରସମା ବ୍ଲକ କଳାବେଦି ନିକଟରେ ପାଖପାଖି ୩ ଶହ ମିଟର ଜନବସତି ଆଡକୁ ମାଡିଆସିଛି ସମୁଦ୍ର । ଫଳରେ ଲୋକେ ସେଠାରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.