Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ସନ୍ଦେହଜନକ ମୃତ୍ୟୁ : ଡ୍ୟାମରୁ ମିଳିଲା ମୃତଦେହ

28/12/2019 at 12:16 PM

ମାଲକାନଗିରି  ୨୮/୧୨: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କର ସନ୍ଦେହଜନକ ମୃତ୍ୟ । ସତୀଗୁଡା ଡ୍ୟାମରୁ ପିଏଙ୍କର ମୃତଦେହ ମିଳିଛି । ଡ୍ୟାମ ନିକଟରୁ ତାଙ୍କ ବାଇକ୍ ଓ ହେଲମେଟ ମଧ୍ୟ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

 ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ଶୁକ୍ରବାରଠୁ ନିଖୋଜ ଥିଲେ ।ଘରୁ ସେ କେଉଁଆଡ଼େ ଚାଲିଯାଇଥିଲେ ଏବଂ ଚେଷ୍ଟା କରି ମଧ୍ୟ ତାଙ୍କ ଖୋଜଖବର ମିଳିନଥିଲା। ଶନିବାର ସତୀଗୁଡ଼ା ଡ୍ୟାମରୁ ତାଙ୍କ ମୃତଦେହ ମିଳିଥିଲା। ଏହା ହତ୍ୟା,ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ତାହା ସ୍ବଷ୍ଟ ହୋଇନାହିଁ। ତେବେ ଦେବନାରାୟଣ ସରକାରୀ କାମକୁ ନେଇ ଚାପରେ ଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରି ମତରୁ ପିଏ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଥିଲେ ମଧ୍ୟ ତଦନ୍ତ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।

   Related Posts