Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସନ୍ଦେହଜନକ ଅବସ୍ଥାରେ ମାଲକାନଗିରି ଜିଲ୍ଲାପାଳଙ୍କ PAଙ୍କ ମୃତ୍ୟୁ, ପୋଲିସ ତଦନ୍ତ ଜାରି

28/12/2019 at 6:46 PM

ମାଲକାନଗିରି ୨୮।୧୨ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ । ସନ୍ଦେହଜନକ ଅବସ୍ଥାରେ ସହର ଉପକଣ୍ଠ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର ହୋଇଛି ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ । ଶୁକ୍ରବାର ଠାରୁ ଦେବ ନାରାୟଣ ନିଖୋଜ୍‌ ଥିବା ବେଳେ ଏନେଇ ପରିବାର ପକ୍ଷରୁ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା  । ଶନିବାର ସକାଳେ ଡ୍ୟାମ୍‌ ପାଖରେ ଦେବ ନାରାୟଣଙ୍କ ମୋଟର ସାଇକେଲ ଓ ହେଲମେଟ୍‌ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତେବେ ସେ କିଛି ଦିନ ହେଲା ମାନସିକ ଚାପରେ ଥିବା ପରିବାର ଲୋକ କହୁଛନ୍ତି ।

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଲାଗି ରହିଛି ଚର୍ଚ୍ଚା । ଦେବ ନାରାୟଣ ଆତ୍ମହତ୍ୟା କରିଛନ୍ତି ନା’ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତର ଆଳ ଦେଖାଇ ମୁହଁ ଖୋଲୁନି ପୋଲିସ । ସେପଟେ ଅଫିସ୍‌ କାମକୁ ନେଇ କିଛି ଦିନ ହେଲା ଦେବନାରାୟଣ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ବିନା ଅନୁମତିରେ ଅଫିସ ଗାଡ଼ି ନେଇଥିବାରୁ ତାଙ୍କୁ ସୋ-କଜ୍‌ ମଗାଯାଇଥିବା କହିଛନ୍ତି । ତେବେ ଦେବ ନାରାୟଣ ବେଶ୍‌ ଶାନ୍ତ ସ୍ୱଭାବର ହୋଇଥିବାରୁ ସେ କେବେ ଆତ୍ମହତ୍ୟା କରିନଥାଇପାରନ୍ତି ବୋଲି ସହକର୍ମୀ ଅନୁମାନ କରୁଛନ୍ତି ।

ସକାଳେ ଅଫିସ ଯାଇଥିଲେ ।  ମଧ୍ୟାହ୍ନରେ ଖାଇବାକୁ ଘରକୁ ଆସିଲେ । ତା’ ପରେ ଅଫିସ୍‌ ଯାଇ ଆଉ ଫେରିନଥିଲେ ଦେବ ନାରାୟଣ । ସେପଟେ ଏଭଳି ଏକ ଘଟଣାକ୍ରମରେ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁକୁ ପରେ ପୋଲିସ ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ସେପଟେ  ଅପେକ୍ଷା ପୋଲିସ ତଦନ୍ତକୁ । କଲେକ୍ଟର ପିଏଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତା’ର ପ୍ରକୃତ ତଥ୍ୟ ଖୋଜୁଛି ପୋଲିସ । ନିରପେକ୍ଷ ତଦନ୍ତ ଓ ନ୍ୟାୟ ପାଇବାକୁ ଅପେକ୍ଷା କରିଛନ୍ତି ମୃତ ଦେବନାରାୟଣଙ୍କ ପରିବାର ।

   Related Posts