ଲାଲ୍‌ଗଡରେ ବିଦ୍ୟାଳୟ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

Published By : Prameya-News7 Bureau | October 04, 2019 IST

ମାଲକାନଗିରି ୪।୧୦: ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାପାଳ । ଲାଲଗଡରେ ବିଦ୍ୟାଳୟ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ ।

{"id":166185}

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସାଲିମି ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ସରକାରୀ କାର୍ଯ୍ୟକ୍ରମ କେତେ ଦୂର ପହଞ୍ଚିଛି ତାହା ଚେକ୍ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସାଲିମି ଗ୍ରାମରେ ଥିବା ୟୁଜିଏମଇ ସ୍କୁଲକୁ ଯାଇ ସେଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଖାଇବା ଯାଞ୍ଚ କରିବା ସହ ପିଲାଙ୍କ ଦକ୍ଷତା ବୃଦ୍ଧିକୁ ମଧ୍ୟ ଯାଞ୍ଚ କରିଥିଲେ । ନିଜେ ହାତରେ ଚକ୍ ଧରି କଳାପଟାରେ ପିଲାଙ୍କୁ ପାଠ ମଧ୍ୟ ପଢାଇଥିଲେ ମାଲକାନଗିରି ଜିଲ୍ଲାପାଳ ।

{"id":166186}

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମାଥିଲି ବିଡିଓ, ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସିଆଲ ଫେସବୁକ୍ ପୃଷ୍ଠାରେ ପ୍ରଶାସନ ପକ୍ଷରୁ ଏହି ଖବରକୁ ଛଡାଯିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.