ଛତିଶଗଡର ଡ୍ୟାମ୍‌କୁ ବିରୋଧ, ମାଥିଲି ସୀମାରେ ମେଳି କଲେ ଆଦିବାସୀ

Published By : Prameya-News7 Bureau | January 19, 2021 IST

ମାଥିଲି ୧୯।୧: ଛତିଶଗଡର କୋକ୍ରାଲ ଡ୍ୟାମକୁ ବିରୋଧ କରି ମାଲକାନଗିରି ଜିଲ୍ଲା ମାଥିଲି ସୀମାରେ ଆଦିବାସୀ ମେଳି । ହଜାର ହଜାର ଆଦିବାସୀ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଓଡିଶା ସୀମାରେ ହେବାକୁ ଥିବା ଡ୍ୟାମକୁ ବିରୋଧ କରିଛନ୍ତି ଆଦିବାସୀ । କମାରପାଲି ପଞ୍ଚାୟତଠାରୁ ବିରାଟ ବଡ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ୪ ଗୋଟି ପଞ୍ଚାୟତର ଆଦିବାସୀ ମହିଳା ପୁରୁଷ । ସମସ୍ତେ ଏକାଠି ହୋଇ ଡ୍ୟାମ୍‌କୁ ବିରୋଧ କରିଛନ୍ତି ।

ଡ୍ୟାମ୍ ହେଲେ ଓଡିଶା ସୀମାର ୫୦ ଗୋଟି ପଡା ଗାଁ ଜଳମଗ୍ନ ହେବ । ତେଣୁ ଏହାକୁ ବିରୋଧ କରି ସ୍ବର ଉଠାଇଛନ୍ତି ଆଦିବାସୀ । ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ତରଫରୁ ଏହି ଶୋଭାଯାତ୍ରା ହୋଇଥିଲା । ଡ୍ୟାମ୍ ନିର୍ମାଣକୁ ବନ୍ଦ ନ କଲେ ଛତିଶଗଡ ସହ ଆରପାର ଲଢେଇ କରିବୁ ବୋଲି ଚେତାବନୀ ଦେଇଛନ୍ତି ଏମାନେ । ଏହାସହ ଆଗାମୀ ଦିନରେ ନିର୍ମାଣ ସ୍ଥାନରେ ଯାଇ ଭାଙ୍ଗିବାକୁ ଆଦିବାସୀ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.