Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

MSP ନେଇ ତତ୍କାଳ ଆଇନ ଆଣନ୍ତୁ ସରକାର, ଆମେ କରିବୁ ସହଯୋଗ : କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

28/11/2021 at 6:06 PM

ନୂଆଦିଲ୍ଲୀ ୨୮।୧୧: ସଂସଦର ଶୀତକାଳୀନ ଅଧିବେଶନ ଲାଗି ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳ ଚାଷୀଙ୍କ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନେଇ ସରକାର ତୁରନ୍ତ ଆଇନ ଆଣନ୍ତୁ ବୋଲି ଦାବି କରିଛନ୍ତି। ବୈଠକ ପରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସରକାର ଯଦି ଏମଏସପି ଆଇନ ଆଣନ୍ତି ଆମେ ସଦନରେ ସହଯୋଗ କରିବୁ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଆମେ ସରକାରଙ୍କୁ ସହଯୋଗ କରିବାକୁ ଚାହୁଁଛି। ଯଦି ଭଲ ବିଧେୟକ ଆସିବ ତାହାଲେ ଆମେ ସହଯୋଗ କରିବୁ। ଯଦି ଆମ କଥା ନ ମାନିବେ ଏଥିଲାଗି ଗୃହରେ ସୃଷ୍ଟି ହେବାକୁ ଥିବା ବ୍ୟବଧାନ ଲାଗି ସରକାର ଦାୟୀ ରହିବେ। ବୈଠକରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଯୋଗୁ ପ୍ରାଣ ହରାଇଥିବା ଚାଷୀଙ୍କ ନିମନ୍ତେ କ୍ଷତିପୂରଣ, ପେଟ୍ରୋଲ ଓ ଡିଜେଲ ଦର, ବଜାରରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି  ଓ ସୀମାରେ ଭାରତ-ଚୀନ ଉତ୍ତେଜନା ନେଇ ମଧ୍ୟ ଚର୍ଚ୍ଚା ହୋଇଛି।

ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଯାଇଥିଲା। ତେବେ କୌଣସି କାରଣ ଯୋଗୁ ଯୋଗ ଦେଇପାରି ନାହାନ୍ତି। ବିରୋଧୀ ଦଳମାନେ କିଛି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟ ହେବାକୁ ଚାହୁଁଥିଲେ ବୋଲି ଖଡଗେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଚାଷୀଙ୍କୁ ଆଇନ ସମ୍ପର୍କରେ ବୁଝାଇ ପାରିନଥିବାରୁ କ୍ଷମାଯାଚନା ମଧ୍ୟ କରିଥିଲେ। ଏହାର ଅର୍ଥ ସୋମବାର କୌଣସି ନୂଆ ରୂପରେ ସରକାର ଏହି ଆଇନକୁ ପୁଣି ହୁଏତ ଆଣିପାରନ୍ତି। ଏହା ଉପରେ ଆମେ ସରକାରଙ୍କ ସ୍ଥିତି ନେଇ ସ୍ପଷ୍ଟ ହେବାକୁ ଚାହୁଁଥିଲୁ ବୋଲି କହିଛନ୍ତି।

ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ୪୨ ବିରୋଧୀ ଦଳ ସାଂସଦ ଯୋଗଦେଇଥିଲେ ବୋଲି ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମ୍ବାଦିକଙ୍କୁ କହିଛନ୍ତି। ବୈଠକରେ ବିଭିନ୍ନ ବିଷୟରେ ରଚନାତ୍ମକ ଚର୍ଚ୍ଚା ହୋଇଥିବା ସେ କହିଥିବା ବେଳେ କିଛି ସକରାତ୍ମକ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ସବୁ ପରାମର୍ଶ ଉପରେ ସରକାର ବିଚାର କରିବେ ବୋଲି ସେ କହିଛନ୍ତି।    

   Related Posts