ସରକାରୀ ବାଳିକା ବିଦ୍ୟାଳୟରେ ପଢ଼ାଇପାରିବେନାହିଁ ୫୦ରୁ କମ୍ ବର୍ଷ ବୟସର ପୁରୁଷ ଶିକ୍ଷକ
19/10/2019 at 2:41 PM

ଜୟପୁର ୧୯/୧୦: ରାଜସ୍ଥାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ୫୦ରୁ କମ୍ ବୟସର ପୁରୁଷ ଶିକ୍ଷକ ଝିଅଙ୍କୁ ପଢ଼ାଇବେ ନାହିଁ। ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ଡୋଟାସରା ଗତକାଲି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାରୀ ବାଳିକା ବିଦ୍ୟାଳୟରେ ୫୦ରୁ କମ୍ ବୟସର ପୁରୁଷ ଶିକ୍ଷକ ପଢ଼ାଇବେ ନାହିଁ। ବରଂ ସେହି ସ୍ଥାନରେ ମହିଳା ଶିକ୍ଷୟିତ୍ରୀ ପଢ଼ାଇବେ।
ସରକାରଙ୍କ ଏହି ନିଷ୍ପତ୍ତିକୁ ବିଶେଷଜ୍ଞମାନେ ନିର୍ବୋଧତା ବୋଲି କହିଛନ୍ତି। ଏବେ ଏହି ନିୟମକୁ ଲାଗୁ କରାଯାଇନାହିଁ। ଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟାପ୍ତ ସଂଖ୍ୟକ ମହିଳା ଶିକ୍ଷୟିତ୍ରୀ ହେଲେ ଏହି ନିୟମ ଲାଗୁ କରାଯିବ।
ସୂଚନା ଅନୁଯାୟୀ ନିକଟରେ କିଛି ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗ ସାମନାକୁ ଆସିଥିଲା , ଫଳରେ ଏହି ନିଷ୍ପତ୍ତି ନିଆଯାଇଥିଲା।