Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୁଷଙ୍କୁ ଖୁସି ଖବର ! ଅବାଧରେ ମହିଳାଙ୍କ ସହ ରଖିପାରିବେ ଶାରୀରିକ ସଂପର୍କ..ବଜାରକୁ ଆସିଯିବ ପୁରୁଷ ଗର୍ଭନିରୋଧକ ଟ୍ୟାବଲେଟ

ଏହି ଖବର ପଢ଼ି ନିଶ୍ଚୟ ଆସ୍ଵସ୍ତି ଅନୁଭବ କରୁଥିବେ । ହଁ.. ଟିକେ ରିଲାକ୍ସ ହୋଇଯାଆନ୍ତୁ । ଆଉ ଏଣିକି ତକଲିପ୍ ହେବାକୁ ପଡ଼ିବ ନାହିଁ ଯଦି କାହାସହ ରଖିବାକୁ ଯାଉଛନ୍ତି ଶାରୀରିକ ସଂପର୍କ । କଣ୍ଡୋମ ବ୍ୟବହାର କରିବା କିମ୍ବା ଗର୍ଭପାତ ପାଇଁ ଡ଼ାକ୍ତରଙ୍କ ଦ୍ଵାରସ୍ଥ ହେବା କିମ୍ବା ଗର୍ଭନିରୋଧକ ଟ୍ୟାବଲେଟ ଆଣି ବାନ୍ଧବୀ କିମ୍ବା ସ୍ତ୍ରୀ କୁ ଖୁଆଇବାକୁ ପଡ଼ିବ ନାହିଁ । ସବୁ ଚାବିକାଠି ନିଜ ପାଖରେ ହିଁ ରହିବ ।

ଏବେ ବଜାରକୁ ଆସିଯାଉଛି ପୁରୁଷ ଗର୍ଭନିରୋଧକ ଟ୍ୟାବଲେଟ । ଯାହା ଆପଣଙ୍କୁ ଏହିସବୁ ଟେନସନରୁ ଦେବ ମୁକ୍ତି ।

ୟୁନିଭରସିଟି ଅଫ ଓ୍ଵାଶିଂଟନ ଓ ଲଏସ ଏଂଜେଲସ୍ ବାୟୋମେଡ଼ିକାଲ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର  ସହଯୋଗରେ ଗବେଷଣା ପହଂଚିଛି ଶେଷ ପର୍ଯ୍ୟାୟରେ । ୧୮ରୁ ୫୦ ବର୍ଷ ବୟସ୍କ ପୁରୁଷମାନଙ୍କୁ ନେଇ କରାଯାଇଥିଲା ଏହି ଗବେଷଣା । ଏଥିରେ ୩୦ଜଣ ପୁରୁଷଙ୍କ ଉପରେ ଏହି ଔଷଧ କରାଯାଇଥିଲା ପରୀକ୍ଷା ।

ସେମାନେ ୧ମାସ ଏହି ମେଡ଼ିସିନ ଖାଇବାପରେ ଫର୍ଟିଲିଟି ପିରିଅଡ଼ରେ ଥିବା ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ  କୁହାଯାଇଥିଲା । କିନ୍ତୁ କୌଣସି ବି ଜଣେ ମହିଳା ଗର୍ଭଧାରଣ କରି ନଥିବା ଜଣାଯାଇଥିଲା ।

ଏହା ପୁରୁଷଙ୍କ ସ୍ଫର୍ମ ପ୍ରଡ଼କସନ କମ୍ କରିବାସହ ପ୍ରଜନନକୁ ନିୟନ୍ତ୍ରଣ କରିଥାଏ ।କିନ୍ତୁ ଏହାର କୁପ୍ରଭାବ କଣ ଅଛି ଚାଲିଛି ଗବେଷଣା ।  ଏହା ଖୁବ୍ ଶୀଘ୍ର ବଜାରକୁ ଆସିଯିବ ବୋଲି ଜଣାଯାଇଛି ।

ଏହି ଟ୍ୟାବଲେଟର ନାଁ 11-beta-methyl-19-nortestosterone dodecylcarbonate ରଖାଯାଇଛି । ଏହି ଟ୍ୟାବଲେଟ ମାସକୁ ୨୮ଦିନ ଖାଇବାକୁ ପଡ଼ିବ ବୋଲି ଗବେଷକ ମାନେ କହିଛନ୍ତି ।

1055 Views

   ସମ୍ବନ୍ଧିତ ଖବର