Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଦରକାର ଜାଣନ୍ତୁ…

24/04/2019 at 1:49 PM

ଆଜିକାଲିର ଜୀବନଶୈଳୀ ଓ ଅପମିଶ୍ରିତ ଖାଇବା ପିଇବା ଲୋକଙ୍କ ଶରୀରକୁ ଦୁର୍ବଳ କରାଏ। ଖାଇବା ପିଇବାର ଅଭ୍ୟାସ ଭୁଲ ଥିଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଏହି ସବୁ ଜଙ୍କ ଫୁଡ ଖାଇଲେ ପେଟର ଭୋକ ଶାନ୍ତ ହୁଏ ସତ କିନ୍ତୁ ଶରୀକୁ ଉଚିତ୍‌ ପ୍ରୋଟିନ ମିଳିନଥାଏ। ଫଳରେ ପ୍ରାୟତଃ ଲୋକେ ମୋଟାପଣର ଶିକାର ହୁଅନ୍ତି। ତେଣୁ ଲୋକେ କୁପୋଷଣରୁ ମଧ୍ୟ ପିଡୀତ ହୁଅନ୍ତି। ଏହି କାରଣରୁ ସବୁବେଳେ ସୁସ୍ଥ ରଖିବା ପାଇଁ ବୟସ ଅନୁସାରେ ଶରୀରର ଓଜନ ଠିକ୍‌ ରହିବା ଜରୁରୀ ହୋଇଥାଏ। ତେବେ ଜାଣନ୍ତୁ ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଉଚିତ୍‌। ପ୍ରତ୍ୟେକ ଲୋକଙ୍କ ପାଇଁ ଏହି ବିଶେଷ ସୂଚନା ବିଷୟରେ ଜାଣିବା ଲାଭଦାୟକ ହେବ।

– ଜନ୍ମ ହେବା ସମୟରେ ଶିଶୁପୁତ୍ରଙ୍କ ଓଜନ ୩.୩ କିଲୋ ଓ ଶିଶୁକନ୍ୟାଙ୍କ ଓଜନ ୩.୨ କିଲୋ ହେବା ଉଚିତ୍‌।

-୨ ରୁ ୩ ମାସ ଥିବା ଶିଶୁପୁତ୍ରଙ୍କ ଓଜନ ୬ କିଲୋ ହେବା ଜରୁରୀ ଓ ଶିଶୁକନ୍ୟାଙ୍କ ଓଜନ୫.୪ କିଲୋ ହେବା ଆବଶ୍ୟକ ।

– ୬ ରୁ ୮ ମାସର ପୁଅ ପିଲାଙ୍କ ଓଜନ ୭.୮ କିଲୋ ଓ ଝିଅ ପିଲାଙ୍କ ଓଜନ ୭.୨ ହେବା ଉଚିତ୍‌।

– ୯ ରୁ ୧୧ ମାସର ପୁଅ ପିଲାଙ୍କ ଓଜନ ୯.୨ କିଲୋ ଓ ଝିଅ ପିଲାଙ୍କ ଓଜନ ୮.୬ ହେବା ଆବଶ୍ୟକ ।

– ବର୍ଷକର ପୁତ୍ରଶିଶୁଙ୍କ ଓଜନ ୧୦.୨ ଓ ଶିଶୁକନ୍ୟାଙ୍କ ଓଜନ ୯.୫ କିଲୋ ହେବା ଜରୁରୀ।

– ୨ ବର୍ଷର ପୁଅ ୧୨.୩ କିଲୋ ଓ ଝିଅ ୧୧.୮ କିଲୋ ହେବା ଉଚିତ୍‌।

– ୩ ବର୍ଷର ପୁଅ ୧୪.୬ କିଲୋ ଓ ଝିଅ ୧୪.୧ କିଲୋ ହେବା ଉଚିତ୍‌।

– ୪ ବର୍ଷର ପୁଅ ୧୬.୭ କିଲୋ ଓ ଝିଅ ୧୬ କିଲୋ ହେବା ଉଚିତ୍‌।

– ୫ ବର୍ଷର ପୁଅ ୧୮.୭ କିଲୋ ଓ ଝିଅ ୧୭ କିଲୋ ହେବା ଜରୁରୀ।

– ୬ ବର୍ଷର ପୁଅ ୨୦.୮ କିଲୋ ଓ ଝିଅ ୧୯.୫ କିଲୋ ହେବା ଉଚିତ୍‌।

– ୭ ବର୍ଷର ପୁଅର ଓଜନ ୨୨.୯ କିଲୋ ଓ ଝିଅଙ୍କ ଓଜନ ୨୦.୮ ହେବା ଉଚିତ୍‌।

– ୮ ବର୍ଷର ପୁଅର ଓଜନ୨୫.୩ କିଲୋ ଓ ଝିଅର ଓଜନ ୨୪.୮ ହେବା ଆବଶ୍ୟକ।

– ୯ ବର୍ଷର ପୁଅର ଓଜନ ୨୮.୧ କିଲୋ ଓ ଝିଅର ଓଜନ ୨୮.୫ ହେବା ଜରୁରୀ।

– ୧୦ ବର୍ଷର ପୁଅ ୩୧.୪କିଲୋ ଓ ଝିଅଙ୍କ ଓଜନ ୩୨.୫ହେବା ଉଚିତ୍‌।

– ୧୧ ବର୍ଷର ପୁଅ ୩୨.୨ କିଲୋ ଓ ଝିଅଙ୍କ ଓଜନ ୩୫.୭ ହେବା ଜରୁରୀ ।

– ୧୨ ବର୍ଷର ପୁଅ ୩୭ କିଲୋ ଓ ଝିଅଙ୍କ ଓଜନ ୩୮.୭ ହେବା ଉଚିତ୍‌।

– ୧୩ ବର୍ଷର ପୁଅ ୪୦.୯ କିଲୋ ଓ ଝିଅଙ୍କ ଓଜନ ୪୪ ହେବା ଉଚିତ୍‌।

– ୧୪ ବର୍ଷର ପୁଅ ୪୭ କିଲୋ ଓ ଝିଅଙ୍କ ଓଜନ ୪୮ ହେବା ଆବଶ୍ୟକ।

– ୧୬ ବର୍ଷର ପୁଅ ୫୮କିଲୋ ଓ ଝିଅଙ୍କ ଓଜନ ୫୩ ହେବା ଉଚିତ୍‌।

– ୧୭ ବର୍ଷର ପୁଅ ୬୦ କିଲୋ ଓ ଝିଅଙ୍କ ଓଜନ ୫୪ ହେବା ଉଚିତ୍‌।

– ୧୮ ବର୍ଷର ପୁଅ ୬୨.୫ କିଲୋ ଓ ଝିଅଙ୍କ ଓଜନ ୫୪ ହେବା ଉଚିତ୍‌।

– ୧୯ ବର୍ଷରୁ ୨୯ ବର୍ଷ ଯାଏଁ ପୁଅଙ୍କ ଓଜନ ୬୮.୫ ଓ ଝିଅଙ୍କ ଓଜନ ୫୬ କିଲୋ ହେବା ଉଚିତ୍‌। 

– ୩୦ ବର୍ଷରୁ ୩୯ ବର୍ଷ ପର୍ଯ୍ୟନ୍ତ ପୁଅଙ୍କ ଓଜନ ୭୦.୨ ଓ ଝିଅଙ୍କ ଓଜନ ୫୮.୫ ହେବା ଉଚିତ୍‌।

– ୪୦ ବର୍ଷରୁ ୫୦ ବର୍ଷ ପୁରୁଷଙ୍କ ଓଜନ ୭୫.୬ ଓ ମହିଳାଙ୍କ ଓଜନ ୬୨ କିଲୋ ହେବା ଜରୁରୀ।

– ୫୦ରୁ ୬୦ ବର୍ଷ ପୁରୁଷଙ୍କ ଓଜନ ୮୦.୬ ଓ ମହିଳାଙ୍କ ଓଜନ ୬୧ ହେବା ଶରୀର ପାଇଁ ଭଲ।

   Related Posts