ଭାରତୀୟଙ୍କ ପାଇଁ ଖୋଲିଲା ମାଳଦ୍ବୀପ, ଯିବା ପୂର୍ବରୁ ଜାଣନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ନିୟମ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଉଥିବା ବେଳେ ଅନେକ ଦେଶରେ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହାର ପ୍ରଭାବ ଏବେ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି। ଭାରତ ବିଷୟରେ କହିବାକୁ ଗଲେ ମନାଲି, ହିମାଚଳ ପ୍ରଦେଶର ଶିମଲା ଏବଂ ଉତ୍ତରାଖଣ୍ଡର ମସୁରୀରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆସିଛି । ଯେଉଁମାନେ ଅନ୍ତର୍ଜାତୀୟ ସ୍ଥାନଗୁଡିକୁ ବୁଲିଯିବାକୁ ଆଗ୍ରହ ରଖୁଛନ୍ତି ସେମାନଙ୍କ ପାଇଁ ଖୋଲିବ ମାଳଦ୍ବୀପ । ତେବେ ୧୫ ଜୁଲାଇରୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଘୋଷଣା କରିଛି ମାଳଦ୍ୱୀପ । ଏହାପୂର୍ବରୁ କରୋନାର ଡେଲଟା ଭାରିଆଣ୍ଟ ପାଇଁ ଭାରତୀୟ ପର୍ଯ୍ୟଟକଙ୍କୁ ଯିବା ଆସିବା ନେଇ ମାଳଦ୍ୱୀପ ରୋକ ଲଗାଇଥିଲା ।

କିନ୍ତୁ ବର୍ତ୍ତମାନ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଘୋଷଣା କରି କହିଛନ୍ତି କି, ଭାରତ ସମେତ ଦକ୍ଷିଣ ଏସୀୟ ଦେଶଗୁଡିକର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ମାଳଦ୍ବୀପ । ଦକ୍ଷୀଣ ଏସୀୟ ଦେଶମାନଙ୍କରୁ ୧୫ ଜୁଲାଇରୁ ମାଲଦ୍ୱୀପକୁ ଆସିପାରିବେ ପର୍ଯ୍ୟଟକ । ଏହା ସହିତ ସରକାର କୋଭିଡ-୧୯ର ପରିସ୍ଥିତି ଉପରେ ମଧ୍ୟ ନଜର ରଖିବେ ।

ଗୋ ଫାଷ୍ଟ କିମ୍ବା ଗୋ ଏୟାରର ଫ୍ଲାଇଟ

ପ୍ରଥମେ ଗୋ ଏୟାର ବା ଗୋ ଫ୍ଲାଇଟ ଏୟାରଲାଇନ୍ସ ୧୫ ଜୁଲାଇରୁ ମାଳଦ୍ୱୀପର ରାଜଧାନୀ ମାଲେ ଠାରୁ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରୁଛି। ଗୋ ଫାଷ୍ଟର କାର୍ଯ୍ୟସୂଚୀ ଅନୁଯାୟୀ, ସପ୍ତାହରେ ଦୁଇ ଦିନ ଗୁରୁବାର ଏବଂ ରବିବାର ୨୦ ଦିନ ପାଇଁ ବିମାନ ଚଳାଚଳ କରିବ । ଏହା ପରେ ଏହାର କାର୍ଯ୍ୟସୂଚୀ ସପ୍ତାହରେ ୪ ଦିନକୁ ବୃଦ୍ଧି କରାଯାଇପାରେ। ଏହା ମଧ୍ୟରୁ ବୁଧବାର ଏବଂ ଶନିବାର ମଧ୍ୟ ଯୋଡା ଯିବ। ଏହା ଅଗଷ୍ଟ ୪ ତାରିଖରୁ ହୋଇପାରେ । ସେପ୍ଟେମ୍ବର ୩ରୁ ମାଳଦ୍ୱୀପକୁ ଦୈନିକ ଭାବେ ବିମାନ ଚଳାଚଳ କରିବା ଉପରେ ଯୋଜନା କରୁଛି ଗୋ ଫାଷ୍ଟ ।

ଫ୍ଲାଇଟ୍ ଟାଇମିଂ ବିଷୟରେ କହିବାକୁ ଗଲେ, ଗୋ ଫାଷ୍ଟ ସକାଳ ୧୦.୧୫ରେ ଦିଲ୍ଲୀରୁ ମାଲେ କୁ ଯାତ୍ରା କରିବ । ଏହି ବିମାନଟି ଅପରାହ୍ନ ୧.୪୫ରେ ମାଲେ ରେ ପହଞ୍ଚିବ । ସେହି ଦିନ ଅପରାହ୍ନ ୨.୪୫ରେ ମାଲେରୁ ଦିଲ୍ଲୀକୁ ଫେରିବ। ଏହା ୭.୧୫ରେ ଦିଲ୍ଲୀରେ ପହଞ୍ଚିବ । ତେବେ ଇଣ୍ଡିଗୋ ମଧ୍ୟ ମାଲେ ପାଇଁ ମୁମ୍ବାଇ, କୋଚି ଏବଂ ବାଙ୍ଗାଲୋରରୁ ବିମାନର ଉଡାଣ ଆରମ୍ଭ କରିବ। ଇଣ୍ଡିଗୋ କୋଚି ଏବଂ ବାଙ୍ଗାଲୋରରୁ ମାଲଦ୍ୱୀପକୁ ଶୁକ୍ରବାର ଏବଂ ଶନିବାର ସପ୍ତାହରେ ଦୁଇଥର ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ତେବେ ଦୈନିକ କିଛି ବିମାନ ମଧ୍ୟ ଜୁଲାଇ ୨୦ ରୁ  ଉଡାଣ ଆରମ୍ଭ ହେବ ।

ମାଳଦ୍ୱୀପ ଯିବା ପୂର୍ବରୁ ଜାଣନ୍ତୁ ଏହି ନିୟମ ଗୁଡିକୁ

୧- କ୍ୟାରେନଣ୍ଟାଇନର ଆବଶ୍ୟକ ନାହିଁ

୨-ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଆରଟି ପିସିଆରର ନେଗେଟିଭ୍ ରିପୋର୍ଟ ନେବା ବାଧ୍ୟତାମୂଳକ

୩- ଯେଉଁମାନଙ୍କର କୋଭିଡ-୧୯ ଲକ୍ଷଣ ଦେଖାଯାଏ ତାହାଲେ ସେମାନେ ପିସିଆର ପରୀକ୍ଷା କରିବେ ।

୪-ବୈଧ ପାସପୋର୍ଟରେ ଭାରତୀୟ ଯାତ୍ରୀଙ୍କ ପାଇଁ ଭିସା ଅନ ଆରାଇଭାଲ ର ସୁବିଧା କରାଯାଇଛି ।

୫-ଯାତ୍ରୀମାନଙ୍କ ପାଖରେ ହୋଟେଲ ଓ ବିମାନରେ ଫେରିବାର ଟିକେଟ୍ ନିଶ୍ଚିତ ଥିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.