Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ପାକିସ୍ତାନକୁ ଝଟ୍‌କା ଦେଲା ମାଳଦ୍ୱୀପ, ଭାରତର ଆଉ ଏକ ଜିତ୍‌

23/05/2020 at 10:12 AM

ନୂଆଦିଲ୍ଲୀ ୨୩।୦୫: ଯେତେ ମାଠିବୁ ମାଠେ ସେଇ ଦରପଡା କାଠେ । ଏହି ଉକ୍ତି ଆଜି ଦିନରେ ପାକିସ୍ତାନ ପାଇଁ ପ୍ରଯୁଜ୍ୟ ବୋଲି ମନେହୁଏ । ଯେତେଥର ଅପମାନିତ ହେଲେ ବି ନିଜ କୁତ୍ସିତ କାମ ଉପରେ ରୋକ ଲାଗିନାହିଁ । ଏହିପରିପ୍ରେକ୍ଷୀରେ ପାକିସ୍ତାନ ପୁଣି ଥରେ ଅପମାନିତ ହୋଇଛି ।  ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପୁଣି ଥରେ ଅପମାନିତ ହୋଇଛି। ମିଳିତ ଜାତିସଂଘରେ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତରେ ଇସଲାମୋଫୋବିୟା ବ୍ୟାପିଛି ବୋଲି ପାକିସ୍ତାନ ଅଭିଯୋଗ ଆଣିଥିଲା । କିନ୍ତୁ ପାକିସ୍ତାନର ଅଭିଯୋଗକୁ ଏଥର ଭାରତ ନୁହେଁ , ଭାରତର ପଡୋଶୀ ରାଷ୍ଟ୍ର ଜବାବ ଦେଇଛି । ମାଲଦ୍ୱୀପ ତୀବ୍ର ପ୍ରତିକ୍ରିୟା କହିଛି ଯେ,  ସୋସିଆଲ ମିଡିଆରେ କିଛି ଲୋକଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ କିମ୍ବା ବିବୃତ୍ତିକୁ ୧୩୦ କୋଟି ଭାରତୀୟଙ୍କ ମତ ଭାବରେ ବୁଝିହେବ ନାହିଁ। ମାଲଦ୍ୱୀପ ଏହା ମଧ୍ୟ କହିଛି ଯେ ଇସଲାମୋଫୋବିୟା ସମ୍ବନ୍ଧରେ ଦକ୍ଷିଣ ଏସିଆର କୌଣସି ଦେଶକୁ ଓଆଇସି ଟାର୍ଗେଟ କରିବା ଉଚିତ ନୁହେଁ।

ଦକ୍ଷିଣ ଏସିଆରେ ଇସଲାମୋଫୋବିୟା ବୃଦ୍ଧି ପ୍ରସଙ୍ଗ OICର ରାଷ୍ଟ୍ରଦୂତମାନଙ୍କ ଏଖ ବୈଠକ ବସିଥିଲା । ଏହି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଠକରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନିର୍ ଆକ୍ରାମ ପ୍ରସ୍ତାବ ଦେଇଛନ୍ତି ଯେ, ଇସଲାମୋଫୋବିଆର ଏଜେଣ୍ଡାକୁ ଭାରତ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି। ଯାହାର ଜବାଜ ମାଲେସିୟା ଦେଇଛି ।

କ’ଣ କହିଲା OIC…

ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍ (OIC)ର ମାନବାଧିକାର ଆୟୋଗ ମଧ୍ୟ ମୁସଲମାନମାନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରି କରୋନା ଭାଇରସ ମାଧ୍ୟମରେ ଇସଲାମୋଫୋବିୟା ବିସ୍ତାର କରିଥିବା ଅଭିଯୋଗ କରିଛି। ଓଆଇସି କହିଛି ଯେ, ଇସଲାମୋଫୋବିଆର ଲହରୀକୁ ବନ୍ଦ କରିବା ଏବଂ ମୁସଲମାନ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ୍।

କ’ଣ କହିଲା ମାଲଦ୍ୱୀପ …

ଜାତିସଂଘର ମାଲଦ୍ୱୀପ ସ୍ଥାୟୀ ପ୍ରତିନିଧୀ ଥିଲମିଜା ହୁସେନ୍ କହିଛନ୍ତି ଯେ,  ସୋସିଆଲ ମିଡିଆରେ ବ୍ୟାପିଥିବା କିଛି ଲୋକଙ୍କ କଥା ଭାରତର ୧୩୦ କୋଟି ଲୋକଙ୍କ ମତ ହୋଇପାରିବ ନାହିଁ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଅନେକ ଧର୍ମର ଲୋକଙ୍କ ବ୍ୟତୀତ ସେଠାରେ ୨୦କୋଟି ମୁସଲମାନ ମଧ୍ୟ ବାସ କରନ୍ତି। ଏପରି ପରିସ୍ଥିତିରେ, ଇସଲାମୋଫୋବିୟା ବିଷୟରେ କହିବା ଅଦରକାରୀ, କାରଣ ଏଥିରେ କୌଣସି ତଥ୍ୟ ନାହିଁ ।

   Related Posts