ଚିଲିକାରେ ମାଲେସିଆ ଜାହାଜ ଜିନ୍ ହାୱ -32 କୁ ଉଦ୍ଧାର କସରତ : ସିଙ୍ଗାପୁରରୁ ଆସିଲା ସ୍ବତନ୍ତ୍ର ଜାହାଜ

Published By : Prameya-News7 Bureau | September 15, 2019 IST

ଗଞ୍ଜାମ ୧୫/୯: ଚିଲିକା କୂଳରେ ଫସିଥିବା ମାଲେସିଆ ଜାହଜ ଜିନ୍ ହାୱ -32 କୁ ଉଦ୍ଧାର ପାଇଁ  ଜାରି ରହିଛି ପ୍ରୟାସ । ସିଙ୍ଗାପୁରରୁ  MV-ଚିତ୍ତା ନାମକ ଏକ ଜାହଜ ଗତକାଲି ଚିଲିକାରେ ପହଞ୍ଚିଛି । ସକାଳ ୭ଟାରୁ ଏହି ଜାହାଜ ଫସିଥିବା ଜାହଜକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।

{"id":157820}

ଜାହାଜ କଣ୍ଟେନରରୁ ତେଲ ବାହାର ପାଇଁ କଲିକତା ଏବଂ ବାଲେଶ୍ବରରୁ ଆସିଥିବା ଦୁଇଟି ଟିମ ଲାଗିଥିଲେ । ପାଇପ ମାଧ୍ୟମରେ ଜାହାଜରୁ ୪ଟି ଟ୍ୟାଙ୍କରକୁ ତେଲ କଢାଯାଇଥିଲା । ଏଥିରେ ୩୦ ହଜାର ଲିଟର୍ ଡିଜେଲ, ୧୦୦୦ ଲିଟର୍ ଲ୍ୟୁବ୍ ଅଏଲ ଏବଂ ୨୦୦ ଲିଟର ହାଇଡ୍ରଲିକ୍ ଅଏଲ ରହିଛି ।

{"id":157821}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.