ନ୍ୟାୟାଳୟଙ୍କ ଆପତ୍ତି ପରେ ନିଜ ମୂଳ ନାମକୁ ଫେରିଲେ ମାଲେସିଆ ପ୍ରଧାନମନ୍ତ୍ରୀ, ଏବେ କରୁଛନ୍ତି ପୁରା ନାମ ସ୍ୱାକ୍ଷର

Published By : Prameya-News7 Bureau | June 16, 2021 IST

କୁଆଲଲମ୍ପୁର : ମାଲେସିଆ ପ୍ରଧାନମନ୍ତ୍ରୀ ଏବେ ତାଙ୍କର ପୁରା ନାମ ସ୍ୱାକ୍ଷର କରୁଛନ୍ତି। ତେବେ ଦୀର୍ଘ ରାଜନୈତିକ ଜୀବନରେ ସେ କେବେ ସମ୍ପୂର୍ଣ୍ଣ ନାମରେ କୌଣସି ଫାଇଲ ସ୍ୱାକ୍ଷର କରି ନାହାନ୍ତି। ହେଲେ କୋର୍ଟଙ୍କ ଏକ ଆଦେଶ ତାଙ୍କ ସ୍ୱଭାବ ପରିବର୍ତ୍ତନ କରିଥିବା ବେଳେ ସିଭିଲ ସର୍ଭିସ ଅଧିକାରୀଙ୍କ ଲାଗି ସର୍କୁଲାର ଜାରି କରି ସବୁ କାଗଜ ପତ୍ରରେ ତାଙ୍କ ପୁର୍ଣ୍ଣ ନାମ ଉପଯୋଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପୁରା ନାମ ମହିୟାଦ୍ଦିନ ୟାସିନ୍‌। ହେଲେ ସେ କେବେ ନିଜର ପୁରା ନାମ ସ୍ୱାକ୍ଷର କରନ୍ତି ନାହିଁ। ସେ ସରକାରୀ କାଗଜପତ୍ରରେ ତାଙ୍କ ନାମର କେବଳ କିଛି ଶବ୍ଦ ମହିୟାଦ୍ଦିନ ସ୍ୱାକ୍ଷର କରିଛାଡି ଦେଇଥାନ୍ତି। ସେ ମହିୟାଦ୍ଦିନ ସହ କେବେ ୟାସିନ୍‌ ଶବ୍ଦ ଉପଯୋଗ କରନ୍ତି ନାହିଁ। ତେବେ ଗତ ଏପ୍ରିଲମାସରେ ହୋଇଥିବା ଏକ ଅଦାଲତୀ ଘଟଣା ସମ୍ପୂର୍ଣ୍ଣ ପରିସ୍ଥିତି ପରିବର୍ତ୍ତନ କରିଦେଇଛି।

ଜନୈକ ତସ୍କରକୁ କୋର୍ଟ ଏକ ସୁପାରିସ ପତ୍ର ଆଧାରରେ ଜାମିନ ଗ୍ରୁହୀତ କରିଦେଇଥିଲେ। ଏହି ପତ୍ରରେ ସ୍ୱାକ୍ଷକାରୀ ମହିୟାଦ୍ଦିନ ନିବେଦନକର୍ତ୍ତା ଥିଲେ। ଏଣୁ କୋର୍ଟ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତସ୍କରକୁ ଜାମିନ ପ୍ରଦାନ କରିଥିଲେ। ଘଟଣା ଜଣାପଡିବା ପରେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରାଯିବାରୁ ସେ ନିଜ ଅଭ୍ୟାସପରିବର୍ତ୍ତନ କରିବା ସହ ସବୁ କାଗଜପତ୍ରରେଏଣିକି ତାଙ୍କ ପୁରାନାମ ସ୍ୱାକ୍ଷର ଥିଲେ ଗ୍ରହଣୀୟ ହେବ ବୋଲିସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.