ଆମ୍ବୁଲାନ୍ସର ସାଇରନ ବଜାଇ ବାହା ହେବାକୁ ଆସିଲେ ବର-କନ୍ୟା, ସୋସିଆଲ ମିଡିଆରେ ରିଆକ୍ସନ ଭିଡିଓ ଭାଇରାଲ...

Published By : Prameya-News7 Bureau | January 02, 2020 IST

ମାଲେସିୟା୨/୧: ବାହାବେଦିକୁ ଆମ୍ବୁଲାନ୍ସରେ ଆସିଲେ ବର ଓ କନ୍ୟା। ସେମାନେ ଅସୁସ୍ଥ ନଥିଲେ କିମ୍ବା ଅକ୍ଷମ ଅଥବା ଚାଲିବାକୁ ଅସମର୍ଥ ନ ଥିଲେ। ବେଶ ସାଜସଜା ସହ ବାହା ପୋଷାକ ପିନ୍ଧି ଆସିଲେ ଏବଂ ଉତ୍ସବ ସ୍ଥଳରେ ସେମାନଙ୍କୁ ଅପେକ୍ଷା କରିଥିବା ଅତିଥିମାନେ ମଧ୍ୟ ବର-କନ୍ୟାଙ୍କୁ ସ୍ବାଗତ କଲେ। ମାଲେସିୟାରେ ଏହି ଘଟଣା​‌ ଘଟିଛି। ତେବେ ଏପରି ବାହାଘରକୁ ନେଇ  ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଲା ମାଲେସିୟା ଦମ୍ପତି। ଏହି ଦମ୍ପତିଙ୍କ ବିବାହର କିଛି ଘଣ୍ଟା ଭିତରେ ସୋସିଆଲ ମିଡିଆରେ  ଭାଇରାଲ ହେଲା ଆମ୍ବୁଲାନ୍ସ ଭିଡିଓ । ଜରୁରୀକାଳୀନ ସେବା ପାଇଁ ବ୍ୟବହାର କରାଯାଉଥିବା ଆମ୍ବୁଲାନ୍ସରେ ବିବାହ ମଣ୍ଡପରେ ପହଞ୍ଚିଥିବା ବର ଓ କନ୍ୟାଙ୍କ କରିଛନ୍ତି ଅନେକ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଆମ୍ବୁଲାନ୍ସର ସାଇରନ୍‌ ବଜାଇ ବର-କନ୍ୟା ବିବାହ ମଣ୍ଡପରେ ପହଞ୍ଚିଥିଲେ। ସେହି ଚାରି ମିନିଟ୍‌ର ଭିଡିଓକୁ ନେଇ ଜୋର ରିଆକ୍ସନ। 

wp:html /wp:html

ବର ଓ କନ୍ୟାଙ୍କ ସଂପର୍କୀୟମାନେ ବିବାହ ମଣ୍ଡପରେ ପହଞ୍ଚିଥିଲେ। ହଠାତ୍ ଆମ୍ବୁଲାନ୍ସର ସାଇରନ ବଜାଇ ବିବାହ ମଣ୍ଡପରେ କନ୍ୟା ପହଞ୍ଚିଥିଲେ। ଆମ୍ବୁଲାନ୍ସରେ କନ୍ୟା ବିବାହ ମଣ୍ଡପରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କୁ ଷ୍ଟ୍ରେଚରରେ ବସାଇ ଆଣାଯାଇଥିଲା। ଆମ୍ବୁଲାନ୍ସରେ କନ୍ୟାଙ୍କ ସହ ତାଙ୍କ ସଂପର୍କୀୟ ମଧ୍ୟ ଆସିଥିଲେ। ଏହି ଦମ୍ପତିଙ୍କ ଚାରି ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହେବାର ଲାଗିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ନବ ଦମ୍ପତିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ଘଟଣାକୁ କିଛି ବୁଦ୍ଧିଜୀବୀ ମଧ୍ୟ ନିନ୍ଦା କରିଛନ୍ତି। ମନୋରଞ୍ଜନ କରିବା ପାଇଁ ଆମ୍ବୁଲାନ୍ସକୁ ବ୍ୟବହାର କରିବା ଠିକ୍‌ ନୁହେଁ ବୋଲି କିଛି ଲୋକ ସୋସିଆଲ ମିଡିଆରେ ମତବ୍ୟକ୍ତ କରିଛନ୍ତି। ଏହି ଆମ୍ବୁଲାନ୍ସ ଭିଡିଓ ଭାଇରାଲ ହେବା ଘଟଣାରେ ସ୍ଥାନୀୟ ସରକାର ଓ ପ୍ରଶାସନ ଏକ ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏଇଟା ସରକାରୀ କାର୍ଯ୍ୟକ୍ରମ ନ ଥିଲା। ବିବାହକୁ ସ୍ମରଣୀୟ କରିବା ପାଇଁ ବର ଓ କନ୍ୟା ଏଭଳି କରିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.