ଚିଲିକା କୂଳରେ ଲାଗିଲା ବିଦେଶୀ ପଣ୍ୟବାହୀ ଜାହାଜ

Published By : Prameya-News7 Bureau | August 10, 2019 IST

କୃଷ୍ଣପ୍ରସାଦ ୧୦|୮: ଖୋର୍ଦ୍ଧା ଚିଲିକା କୂଳରେ ଲାଗିଛି ଏକ ବିଦେଶୀ ପଣ୍ୟବାହୀ ଜାହାଜ । କୃଷ୍ଣପ୍ରସାଦ ବ୍ଲକ୍‌ ବ୍ରହ୍ମପୁର ପଞ୍ଚାୟତର ଖିରିସାହି ସମୁଦ୍ର ଉପକୂଳ ଅଞ୍ଚଳରେ ଜାହାଜ ଲାଗିଛି । ଜାହାଜଟି ବାଂଲାଦେଶରୁ ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ ଅଭିମୁଖେ ଯାଉଥିଲା । ମଝି ସମୁଦ୍ରରେ ଖରାପ ହେବାରୁ ଏହା ମୁହାଣ ଦେଇ ଚିଲିକା ଭିତରକୁ ପଶିଆସିଥିଲା । ଜାହାଜରେ ଜଣେ କ୍ୟାପଟେନ୍‌ ଓ ୧୦ ଜଣ ନାବିକ ଥିବା ଜଣାପଡିଛି । ସମସ୍ତେ ବିଦେଶୀ ନାଗରିକ ।

ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ଜାହାଜର ଯନ୍ତ୍ରାଂଶ ଖରାପ ହୋଇଯାଇଥିଲା । ସେଥିପାଇଁ ଜାହାଜ ଗତ ଦୁଇଦିନ ଧରି ସମୁଦ୍ର ଗର୍ଭରେ ରହିଥିଲା । ସେଥିରେ ଥିବା ବିଦେଶୀ ନାବିକମାନେ ଅନାହାରରେ ରହିବା ପରେ ଚିଲିକା ଉପକୂଳରେ ପହଞ୍ଚିଥିଲେ । ସେହି ଜାହାଜଟି ପଣ୍ୟ ନେଇ ମାଲେସିଆରୁ ବାଂଲାଦେଶ ଯାଇଥିଲା । ବାଂଲାଦେଶରେ ମାଲ୍‌ ଅନଲୋଡ୍‌ କରି ଭାଇଜାଗ୍‌ ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି । ଜାହାଜର କ୍ୟାପଟେନ୍‌ ବାଂଲାଦେଶୀ ଓ ୧୦ ଜଣ ନାବିକ ମାଲେସିଆର ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.