ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ ହାୱ। ୩୨

Published By : Prameya-News7 Bureau | September 16, 2019 IST

ଗଞ୍ଜାମ ୧୬/୯: ଦୀର୍ଘ ୩୮ ଦିନର ବ୍ୟବଧାନ ପରେ ଉଦ୍ଧାର ହେଲା ମାଲେସିଆ ଜାହାଜ ।ଜାହାଜକୁ ଉଦ୍ଧାର କରିବା ପାଇଁ ଜାହାଜ କମ୍ପାନୀ  ସିଙ୍ଗାପୁରରୁ ଏମଭି ଚିତା ନାମକ ଜାହାଜ ଆସି ଗତକାଲି ସକାଳ ୭ଟା ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।କିନ୍ତୁ ଦିନ ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଉଚ୍ଚ ଜୁଆର ଯୋଗୁଁ ଜାହାଜ ଉପରେ ବାଲି  ଚଢି ଯାଇଥିଲା ।କିନ୍ତୁ ଫେଲ ମାରିଥିଲା ସିଙ୍ଗାପୁର ଜାହାଜ ।

{"id":158423}

ପୁନର୍ବାର ରାତି ୮ ଟାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।ଫଳରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ଦଉଡି ସାହାଯ୍ୟରେ ସମୁଦ୍ର ଭିତରକୁ ଟାଣି ନେଇଥିଲା ଏମଭି ଚିତା ଜାହାଜ ।ଏବଂ ଜାହାଜ କୁ ଉଦ୍ଧାର କରି କଲିକତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି ।ଜାହାଜ ତ ଉଦ୍ଧାର ହେଲା ହେଲେ ସମୁଦ୍ର କୂଳରେ ଭାଙ୍ଗି ପଡିଥିବା କଣ୍ଟେନରଟି କେବେ ଉଦ୍ଧାର ହେଉଛି ।କାରଣ କଣ୍ଟେନର ଟି ଭାଙ୍ଗି ପାଣିରେ ମିଶିଯିବା ଫଳରେ ଚିଲିକା ମସ୍ୟଜୀବି ମାନଙ୍କ ପ୍ରତି ବିପଦ ରହିଛି ।

{"id":158424}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.