Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ଚିଲିକାରେ ବିପଦ ସୃଷ୍ଟି କଲାଣି ମାଲେସିଆ ଜାହାଜ ! ଜିଲ୍ଳାପାଳ କହିଲେ କିଛି ଅସୁବିଧା ନାହିଁ

17/08/2019 at 5:36 PM

ପୁରୀ  ୧୭/୮: ମାଲେସିଆ ଜାହାଜ ଚିଲିକା ପ୍ରତି ବିପଦ ସୃଷ୍ଟି କଲାଣି । ଚିଲିକା ମୁହାଣର ରାଜହଂସ ନିକଟରେ ଅଟକି ଥିବା ଏହି ଜାହାଜରେ ୩୦ ହଜାର ଲିଟର ତେଲ ରହିଛି । ଜାହାଜରୁ ତେଲ ଲିକ୍‌ ଆଶଙ୍କା ଥିବାରୁ ବିପଦ ବଢୁଛି । ୯ ଦିନ ବିତିଯାଇଥିଲେ ବି ଜାହାଜକୁ ଉଦ୍ଧାର କରାଯାଇପାରି ନାହିଁ । ଜାହାଜରୁ କିଭଳି ତେଲ କଢାଯାଇପାରିବ ସେନେଇ ତଟରକ୍ଷୀ ବାହିନୀ ଜାହାଜ କଂପାନୀକୁ ଅବଗତା କରାଇଛି । ସେପେଟ ଜିଲ୍ଲା ପ୍ରଶାସନ କହିଛି ଜାହାଜକୁ ସଜାଡିବାକୁ ଇଂଜିନିଅର ଲାଗିଛନ୍ତି । ଖୁବ୍‌ ଶିଘ୍ର ଏହା ଫେରିଯିବ ।….

ଚିଲିକା ପ୍ରତି ବଢୁଛି ବିପଦ । ବିପଦ ସୃଷ୍ଟି କଲାଣି ମାଲେସିଆ ଜାହାଜ । କାରଣ ୯ଦିନ ପରେ ବି ଚିଲିକା ମୁହାଣର ରାଜହଂସ ଠାରେ ଅଟକି ରହିଛି ଏହି ଜାହାଜ । ଜାହାଜକୁ ଠିକ୍‌ କରିବା ପାଇଁ ଇଂଜିନିଅର ଲାଗିଥିଲେ ବି ଏହା ଏପର୍ଯ୍ୟନ୍ତ ଠିକ୍ ହୋଇପାରି ନାହିଁ । ଜାହାଜରେ ୩୦ ହଜାର ଲିଟର ଡିଜେଲ୍‌, ୪୦୦ ଲିଟର ଲୁବ୍ରିକାଣ୍ଟ  ଓ ୧୦୦ ଲିଟର ଅନ୍ୟ ତେଲ ମହଜୁଦ ଥିବାରୁ ଏହା ଚିଲିକା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ୯ଦିନ କୂଳରେ ଅଟକି ରହିବା ପରେ ପାଖାପାଖି ୧୮ ଡିଗ୍ରି ବାଲିରେ ଦବିଯାଇ ଗୋଟିଏ ପଟକୁ ଅଳ୍ପ ଢଳିଛି ଏହି ଜାହାଜ । ଏପରିକି ଜୁଆର ମାଡରେ ଜାହାଜ କଣ୍ଟେନରରେ ଫାଟ ଦେଖିବାକୁ ମିଳିଛି । ଯଦି ଯାହାଜରୁ ତେଲ ଲିକ୍‌ ହୁଏ ତେବେ ଚିଲିକାରେ ଏହା ମିଶିବ ଏବଂ ଏହାର ଜୈବ ବିଭିଧତା ଉପରେ ଗୁରୁତର ପ୍ରଭାବ ପକାଇବ । ଏହି ଭୟ ଥିବାରୁ ଜାହାଜକୁ ଏଠାରୁ କାଢି ନେବାକୁ ସରକାରଙ୍କ ପାଖରେ ଦାବି ଉଠାଇଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ।

ତେବେ ପୁରୀ ଜିଲ୍ଲା ପ୍ରଶାସନ କହିଛି ଜାହାଜରେ ଥିବା ୩୦ ହଜାର ଲିଟର ତେଲ ସୁରକ୍ଷିତ ଅଛି । ଲିକ୍‌ର କୌଣସି ଆଶଙ୍କା ନାହିଁ । ଜାହାଜକୁ ମରାମତି ପାଇଁ ଉଦ୍ୟମ ଚାଲିଛି । ୧୦ରୁ ୧୫ ଦିନ ମଧ୍ୟରେ ଏହା ଫେରିଯିବ । ଯଦି ଆବଶ୍ୟକ ପଡେ ଜାହାଜରେ ଥିବା ତେଲ ସ୍ଥାନାନ୍ତର କରାଯିବ । ଅନ୍ୟପଟେ ଜାହାଜ ଓ ଏଥିରେ ଥିବା ବିଦେଶୀ ନାବିକଙ୍କ ଉପରେ କୋଷ୍ଟଗାର୍ଡ ନଜର ରଖିଛି । ଜାହାଜରୁ କିଭଳି ତେଲକୁ ବାହାର କରାଯିବ ସେ ନେଇ ତଟରକ୍ଷୀ ବାହିନୀ ଜାହାଜ କମ୍ପାନୀକୁ ଅବଗତ କରାଯାଇଥିବା ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଖୁବ୍‌ ଶିଘ୍ର ଜାହାଜକୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହେଉଛି ।

ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ୯ ତାରିଖରେ ଗୋପାଳପୁର ନିକଟ ସମୁଦ୍ରରେ ବନ୍ଦହୋଇ ଯିବାରୁ ଭାସିଭାସି ଆସି ଚିଲିକାର ରାଜହଂସ ନିକଟରେ ଅଟକିଥିଲା। ବିଶାଖପାଟଣା, ପାରାଦୀପ, ଗୋପାଳପୁରରୁ ବିଭିନ୍ନ ଟିମ୍‌ ଆସି ଆନୁଧ୍ୟାନ କରି ଫେରିଛନ୍ତି ।ଜାହାଜରେ ୭ଜଣ ମିଆଁମାର, ଜଣେ ମାଲେସିଆ ଓ ଜଣେ ଭାରତୀୟ ନାବିକ ଅଛନ୍ତି ।….

   Related Posts