Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶୋଇଥିବା ସମୟରେ ଯୁବକଙ୍କ ଫୋନ୍ ନେଇଗଲା ମାଙ୍କଡ: ଜଙ୍ଗଲକୁ ଯାଇ ନେଇଥିଲା ଗୁଡ଼ାଏ ସେଲ୍‌ଫି

17/09/2020 at 5:08 PM

ନୂଆଦିଲ୍ଲୀ ୧୭/୦୯ : ମାଲେସିଆରେ ଜଣେ ଯୁବକଙ୍କ ସହ ଏକ ବିଚିତ୍ର ଘଟଣା ଘଟିଛି । ଜଣେ ୨୦ ବର୍ଷ ଯୁବକ ନିଜ ଫୋନରେ ଏକ ମାଙ୍କଡର ସେଲଫି ଦେଖି ଚକିତ ହୋଇଯାଇଥିଲେ । ଜ୍ୟାକରିଡ୍ସ ନାମକ ଜଣେ ଛାତ୍ର ନିଜ ଘରେ ଶୋଇଥିଲେ । ସେ ନିଜ ମୋବାଇଲ ଫୋନକୁ ନିଜ ପାଖରେ ହିଁ ରଖିଥିଲେ । ସକାଳେ ଉଠି ସେ ନିଜ ଫୋନ ଖୋଜିଲେ କିନ୍ତୁ ଘରେ କେଉଁଠି ବି ପାଇଲେନି । ସେ ଭାବିଲେ ବୋଧହୁଏ ତାଙ୍କ ଫୋନ ଚୋରି ହୋଇଯାଇଛି । କିନ୍ତୁ ଚୋରିର କୌଣସି ସଂକେତ ନଥିଲା ବୋଲି ସେ କହିଛନ୍ତି ।

ସେ ନିଜ ଫୋନ ଡିଭାଇସକୁ ଟ୍ରାକ୍ କରିବାରୁ ନିଜ ଘର ପଛପଟ ଜଙ୍ଗଲରେ ସିଗନାଲ୍ ମିଳିଥିଲା । ସେତେବେଳେ ତାଙ୍କ ବାପା ଲଗାତାର ତାଙ୍କ ଫୋନକୁ କଲ୍ କରୁଥିଲେ । ସେତେବେଳେ ରିଙ୍ଗଟୋନ୍ ଜଙ୍ଗଲରୁ ଆସୁଥିଲା । ଯୁବକ ଘର ପଛପଟ ଜଙ୍ଗଲକୁ ଯାଇ ଖୋଜି ଖୋଜି ନିଜ ଫୋନ ପାଇଲେ ।

ଫୋନ ମିଳିବା ପରେ ଯୁବକଙ୍କ ଚାଚା ମଜା ମଜାରେ କହିଥିଲେ ଫୋନରେ ଚୋରାର ଫଟୋ ଥାଇପାରେ। ଯୁବକ ଯେତେବେଳେ ଫୋନ୍ ଗ୍ୟାଲେରୀ ଖୋଲି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଗ୍ୟାଲେରୀରେ ଅନେକ ସେଲଫି ଓ ଭିଡିଓ ଥିଲା। ସେ ଏକ ଭିଡିଓ ବିବିସି ସହ ସେୟାର କରିଛନ୍ତି। ଏହି ଭିଡିଓରେ ମାଙ୍କଡ ଫୋନକୁ ଖାଇବାକୁ ଚେଷ୍ଟା କରୁଥାଏ ।

ଡେଲି ମେଲ୍ ଅନୁସାରେ, ଜ୍ୟାକ୍ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କୁ ସବୁ ଫଟୋ ଦେଖାଇଥିଲେ। ଫଟୋ ଦେଖି ବି ବିଶ୍ୱାସ କରି ପାରିନଥିଲେ। ଜ୍ୟାକ୍ ଘଟଣା ସମ୍ପର୍କରେ ଟ୍ୱିଟରରେ ସେୟାର କରି କହିଥିଲେ ଯେ ଲୋକେ ବିଶ୍ୱାସ କରି ପାରୁନାହାନ୍ତି। ଏହିଭଳି ଏକ ଘଟଣା ସମସ୍ତେ ପ୍ରଥମଥର ଦେଖୁଛନ୍ତି। ଜ୍ୟାକ୍ ସେପ୍ଟେମ୍ବର ୧୩ ତାରିଖରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓକୁ ଅଢେଇ ଲକ୍ଷ ଲୋକ ଦେଖି ସାରିଛନ୍ତି।

   Related Posts