Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମାଲାୟାଲମ୍ ଅଭିନେତା ସବରୀ ନାଥଙ୍କ ହୃଦଘାତରେ ପରଲୋକ : ପ୍ରଶଂସକ ସ୍ତବ୍ଧ

18/09/2020 at 12:08 PM

ନୂଆଦିଲ୍ଲୀ ୧୮/୯: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଲୋକଙ୍କ ପାଇଁ ଲଗାତାର ଦୁଃଖଦ ଖବର ସାମନାକୁ ଆସୁଛି। ନିକଟରେ କିଛି ଦିନ ତ​‌ଳେ ଅନେକ ଦିଗ୍ଗଜ ଅଭିନେତା ଆଖି ବୁଜିଛନ୍ତି। ଏବେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ଏକ ଦୁଃଖଦ ଖବର ଆସିଛି। ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସବରୀ ନାଥଙ୍କ ପରଲୋକ ହୋଇ ଯାଇଛି। ଯାହା ଫଳରେ ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ଜଗତର ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

View this post on Instagram

My heart felt condolences Still can't believe 🙏🙏🙏🙏

A post shared by Shiju AR (@ar.shiju_official) on

ସବରୀଙ୍କୁ ମାତ୍ର ୪୩ବର୍ଷ ହୋଇଥିଲା। ଗୁରୁବାର ହଠାତ୍ ହୃଦଘାତ ଯୋଗୁଁ ସବରୀ ଆଖି ବୁଜି ଦେଇଥିଲେ। ସୂଚନା ଅନୁଯାୟୀ ସବରୀ ବ୍ୟାଡମିଣ୍ଟନ୍ ଖେଳୁଥିଲେ। ହଠାତ୍ ତାଙ୍କର ହୃଦଘାତ ହୋଇଥିଲା। ଯାହା ପରେ ତାଙ୍କୁ ନିକଟସ୍ଥ ତ୍ରିଭେନ୍ଦ୍ରମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଆଖି ବୁଜି ଦେଇଥିଲେ। ସବରୀ ନାଥଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ୨ ଝିଅ ଅଛନ୍ତି।

ସବରୀନାଥଙ୍କ ପରଲୋକ ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ପ୍ରଶଂସକ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏତେ କମ୍ ବୟସରେ ସବରୀ ନାଥଙ୍କ ଚାଲିଯିବା କଥା ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁ ନାହାନ୍ତି।

ସବରୀ ନାଥ ନିଜ କ୍ୟାରିୟର ମାଲାୟାଲମ୍ ଧାରାବାହିକ ମିତୃକେଟ୍ଟୁରୁ ଆରମ୍ଭ କରିଥିଲେ। ସବରୀ ନାଥ ଅମାଲା,ସ୍ବାମୀ ଅୟପ୍ପନ ଏବଂ ଶ୍ରୀପଦମ୍ ଭଳି ଧାରାବାହିକରେ କାମ କରି ସାରିଛନ୍ତି।

   Related Posts