Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସିନେମାଟୋଗ୍ରାଫର ତଥା ଜାତୀୟ ପୁରସ୍କାର ବିଜେତା ସିଭନଙ୍କ ପରଲୋକ: ଟ୍ୱିଟ୍ କରି ଜଣାଇଲେ ପୁଅ ସଂଗୀତ ସିଭନ

25/06/2021 at 7:16 AM

ମୁମ୍ବାଇ ୨୫/୦୬: ଜାତୀୟ ପୁରସ୍କାର ବିଜେତା ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ସିଭନ୍ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଗୁରୁବାର ଦିନ, ସିଭନ୍ ଥିରୁବନନ୍ତପୁରମରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍‌ଘାତ ହେତୁ ୮୯ ବର୍ଷର ସିଭନଙ୍କର ମୃତ୍ୟୁ ହୋଇଛି। ଫିଲ୍ମ ନିର୍ମାତା ସଂଗୀତ ସିଭନ୍, ସନ୍ତୋଶ ସିଭନ୍ ଏବଂ ସଞ୍ଜୀବ ସିଭନ୍ ତାଙ୍କର ପୁତ୍ର ।

ସଂଗୀତ ସିଭନ୍ ସୋସିଆଲ ମିଡିଆରେ ଟ୍ୱିଟ୍ କରି ତାଙ୍କ ବାପାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ବାପାଙ୍କୁ ସବୁକିଛି ପାଇଁ ଧନ୍ୟବାଦ, ତୁମ ବିନା ଦୁନିଆ ବିଷୟରେ ଭାବିବା ବହୁତ କଷ୍ଟକର, କିନ୍ତୁ ତୁମେ ଦେଖାଇଥିବା ପଥ ଅନୁସରଣ କରିବା ଜାରି ରଖିବୁ।’

ସୂଚନାଯୋଗ୍ୟ, ସିଭନ୍ କେରଳର ପ୍ରଥମ ପ୍ରେସ୍ ଫଟୋଗ୍ରାଫର ଥିଲେ। ଏହା ସହିତ, ସେ ୧୯୯୧ ରେ ‘ଅଭୟମ୍’ର ନିର୍ଦ୍ଦେଶନା ଦେଇଥିଲେ, ଯାହା ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିଲା । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ସିଭନଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

   Related Posts