ପ୍ରେମ କଲା କିମିଆଁ :୨୫ବର୍ଷୀୟା ଏହି ମଡେଲ୍ ପାଇଁ ରାଜଗାଦି ଛାଡ଼ିଲେ ମାଲେସିଆର ସୁଲତାନ

Published By : Prameya-News7 Bureau | January 09, 2019 IST

ମାଲେସିଆ ୯/୧: ମାଲେସିଆର ସୁଲତାନ ନିଜ ପଦରୁ ଇସ୍ତଫା ଦେଇ ତାଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚାକୁ ଆହୁରି ବ୍ୟାପକ କରିଛନ୍ତି। ମାଲେସିଆର ସୁଲତାନ ମହମ୍ମଦ (ପଞ୍ଚମ) ୨୦୧୬ମସିହାରେ ରାଜଗାଦିରେ ଅଭିଷିକ୍ତ  ହୋଇଥିଲେ। ଏହା ସହିତ ସେ ସେହି ସମୟର ଦେଶର ସବୁଠୁ କମ ବୟସର ଯୁବ ସୁଲତାନ ଭାବେ ଖ୍ୟାତି ଅର୍ଜ୍ଜନ କରିଥିଲେ।

wp:gallery {"ids":[71973]} /wp:gallery

ତେବେ ଆର୍ନ୍ତଜାତୀୟ ମିଡିଆରେ ଗତ କିଛି ଦିନ ହେବ ମାଲେସିଆର ସୁଲତାନ ରୁଷିଆର ପୂର୍ବତନ ମିସ ଋଷିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ ସୂଚନା ମିଳିଛି ଯେ ସୁଲତାନ ତାଙ୍କ ପ୍ରେମିକାଙ୍କ ସହ ଲୁଚି ଛପି ବିବାହ କରିନେଇଛନ୍ତି। ଇତିମଧ୍ୟରେ ସୁଲତାନ ରାଜଗାଦି ଛାଡ଼ିବାପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି।

wp:gallery {"ids":[71974]} /wp:gallery

ବ୍ରିଟିଶ୍ ଏବଂ ରୁଷିଆ ଗଣମାଧ୍ୟମରେ ଏହି ଖବର ବ୍ୟାପିଛି ଯେ ମାଲେସିଆର ସୁଲତାନ ୨୫ବର୍ଷ ବୟସ୍କା ଏହି ରୁଷ ସୁନ୍ଦରୀଙ୍କୁ ମସ୍କୋରେ ବିବାହ କରିଛନ୍ତି। ଏ ନେଇ ସୋଶିଆଲ ମିଡିଆରେ କେତେକ ଫଟୋ ଭାଇରାଲ ହୋଇଛି। କିନ୍ତୁ ଏହା ବିଷୟରେ ସୁଲତାନ ଏବଂ ରାଜ ପରିବାରରୁ କୈାଣସି ଧରଣର ବୟାନ୍ ଆସିନାହିଁ। ୧୯୫୭ ମସିହାରେ ବ୍ରିଟିସଙ୍କ ଠାରୁ ସ୍ବାଧୀନତା ପାଇବା ପରେ ଏପରି ପ୍ରଥମ ଥର ହୋଇଛି ଯେ କୈାଣସି ରାଜା ରାଜଗାଦିରୁ ଇସ୍ତଫା ଦେଇଛନ୍ତି। ମାଲେସିଆର ସୁଲତାନ ପଦ ରାଜ ପରିବାରର ଅନ୍ତର୍ଭୁକ୍ତ ହୋଇଥାଏ। ପ୍ରତି ୫ବର୍ଷରେ ଥରେ ଜଣେ ଶାହଙ୍କଠୁ ସୁଲତାନ ପଦବୀ ଆଉ ଜଣେ ଶାହଙ୍କୁ ହସ୍ତାନ୍ତର କରାଯାଇଥାଏ।

wp:gallery {"ids":[71975]} /wp:gallery

ମାଲେସିଆର ସରକାର ଏବଂ ଦେଶର ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ଥାଏ କିନ୍ତୁ ସୁଲତାନଙ୍କ ପଦ ଅତ୍ୟନ୍ତ ସମ୍ମାନଜନକ ହୋଇଥାଏ। ରୁଷ ସୁନ୍ଦରୀ ମଧ୍ୟ ପ୍ରେମ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି। କିନ୍ତୁ ସୁଲତାନଙ୍କ ପରିବାର ପକ୍ଷରୁ ଏଯାଏଁ ବିବାହର କୈାଣସି ସ୍ପଷ୍ଟୀକରଣ ମିଳିନାହିଁ। ମାଲେସିଆର ପ୍ରଧାନମନ୍ତ୍ରୀ ଏଯାଏଁ କୈାଣସି ସୂଚନା ପାଇନଥିବା କହିଛନ୍ତି। ଓକସନାଙ୍କ ପରିବାର ଏବଂ ବନ୍ଧୁ ବିବାହରେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.