ମ୍ୟାଲେରିଆ ଆତଙ୍କ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ ଜଣ ଭର୍ତ୍ତି
14/07/2020 at 9:07 PM

ଝାରସୁଗୁଡା୧୪/୭: ଝାରସୁଗୁଡ଼ା ଜିଲ୍ଲାରେ କରୋନା ପରେ ଅଜଣା ମ୍ୟାଲେରିଆକୁ ନେଇ ଚିନ୍ତା ବଢିଲାଣି | ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ହେଉଥିବା ବେଳେ ବିଭିନ୍ନ ପୌରାଞ୍ଚଳ ଓ ଗ୍ରାମାଞ୍ଚଲରେ ଏହା ବ୍ଯାପି ପାରେ ବୋଲି ଚିନ୍ତାରେ ପଡିଲେଣି ସାଧାରଣ ଲୋକେ |
କରୋନାକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଥିବା ବେଳେ ପ୍ରତିଦିନ ଲାଗୁ ହେଉଛି ନୂଆ ନୂଆ କଟକଣା | କଟକଣାକୁ କାର୍ଯ୍ଯକାରୀ କରିବା ସହ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ପୌରାଞ୍ଚଳର ସମସ୍ତ କର୍ମଚାରୀ ଓ ଅଧିକାରୀ ଲାଗି ପଡିଛନ୍ତି| ବିଗତ କିଛି ବର୍ଷରୁ ଏହି ଜିଲ୍ଲାରେ ମ୍ଯାଲେରିଆ ସମ୍ପୂର୍ଣ୍ଣ ବିଲୋପ ହୋଇଯାଇଥିବା ବେଳେ ଗତ ସପ୍ତାହକ ମଧ୍ଯରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମ୍ଯାଲେରିଆରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୯ ଜଣ ଆକ୍ରାନ୍ତ ହୋଇ ଭର୍ତ୍ତି ହେଲେଣି | ମ୍ଯାଲେରିଆ ବ୍ଯାପୁଥିବା ଯୋଗୁଁ ସଫେଇ ପ୍ରକ୍ରିୟାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଲାଣି।
ଝାରସୁଗୁଡା ଜିଲ୍ଲାର ତିନି ପୌରାଞ୍ଚଲରେ ନିର୍ବାଚିତ କାଉନସିର ନଥିବା କାରଣରୁ ସବୁଠି ସଫେଇ କାର୍ଯ୍ଯା ଠିକ୍ ଢଙ୍ଗରେ ହେଉ ନାହିଁ।ଜୁଆଡେ ଦେଖିଲେ କୁଢ କୁଢ ଅଳିଆ ଆବର୍ଜନା |ନାଲ ନର୍ଦ୍ଦମା ମଇଳାରେ ଭରପୁର ଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିଯାଉଛି |ତେଣୁ ମ୍ଯାଲେରିଆକୁ ନେଇ ଚିନ୍ତାରେ ଜିଲ୍ଲାବାସୀ |
ଝାରସୁଗୁଦା ଜିଲ୍ଲାକୁ ଦୀର୍ଘ ବର୍ଷ ପରେ ମ୍ୟାଲେରିଆ ଫେରିଲା |ମ୍ଯାଲେରିଆରେ ଆକ୍ରାନ୍ତ ୯ ଜଣଙ୍କ ମଧ୍ଯରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ଯ ଦୁଇଜଣ ଚିକିତ୍ସିତ ହେଉଛନ୍ତି | କରୋନା ଲଢେଇରେ ଜିଲ୍ଲା ପ୍ରଶାସନ ଲାଗି ପଡିଥିବା ବେଳେ ବିଭିନ୍ନ ସହର ଓ ଗାଁରେ ଆବର୍ଜନାକୁ ସଫା କରିବା ଦିଗରେ ଧ୍ଯାନ ଦେବା ଉଚିତ୍ ବୋଲି ପରାମର୍ଶ ଦେଇଛି ବିଜେପି |ଅପରପକ୍ଷରେ ଏଭଳି ମ୍ଯାଲେରିଆ ଜିଲ୍ଲା ପାଇଁ ଚିନ୍ତାର କାରଣ ନୁହେଁ ବୋଲି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ କହିବା ସହ କରୋନା ଭଳି ଏହି ମ୍ଯାଲେରିଆ ମଧ୍ୟ ପ୍ରବାସୀ ମାନଙ୍କ ଦ୍ଵାରା ବ୍ଯାପିଥିବା କହିଛନ୍ତି |ଖୁବଶୀଘ୍ର ଏହା ଉପରେ ଲଗାମ୍ ଲାଗିବ ବୋଲି ସ୍ଵାସ୍ଥ୍ଯବିଭାଗ ପକ୍ଷରୁ କୁହାଯାଇଛି |
କରୋନାକୁ ନେଇ ସାରା ବିଶ୍ୱ ହରଡଘଣାରେ ପଡି ଏହା କିପରି ବ୍ଯାପୁଛି ତାହାର ତର୍ଜମା କରୁଥିବା ବେଳେ ଝାରସୁଗୁଦାକୁ ମ୍ୟାଲେରିଆ ପ୍ରବାସୀଙ୍କ ଦ୍ଵାରା ବ୍ଯାପିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି |