Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସମ୍ବଲପୁରରେ ଏବେ ମ୍ୟାଲେରିଆ ଓ ଡେଙ୍ଗୁରୋଗ ଆତଙ୍କ

7/07/2019 at 10:09 AM

ସମ୍ବଲପୁର ୭/୭: ସମ୍ବଲପୁରରେ ଏବେ ବହୁସଂଖ୍ୟାରେ ଲୋକ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରଶାସନ କେବଳ ବୈଠକ ଟିଏ କରିଦେଇ ନିଜ ଦାୟୀତ୍ବ ସାରିଦେଇଛି। ଗତ ୫ବର୍ଷରୁ ଅଧିକ ସମୟ ହେଲା ସହରରେ ମଶାମରା ତେଲ ହେଉ କି, ମଶାମରା ଧୂଆଁର ଦେଖାନାହିଁ। ମହାନଗର ନିଗମ କେବଳ କାଗଜପତ୍ରରେ ସବୁ ଠିକ୍ ଚାଲିଛି ବୋଲି, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ତାର କାମ ସାରିଦେଇଛି। ହେଲେ ମୁଖ୍ୟତଃ ବସ୍ତିବାସିନ୍ଦା ଓ ଗରିବ ଲୋକମାନେ ବହୁ ସଂଖ୍ୟାରେ ମ୍ୟାଲେରିଆ ଓ ଡେଙ୍ଗୁରୋଗରେ ଆକ୍ରାନ୍ତ ହେବା ସହ ପ୍ରତିକାର ବ୍ୟବସ୍ଥା ନଥିବାରୁ ଭଗବାନ ଭରସାରେ ବଞ୍ଚି ରହିଛନ୍ତି। ହେଲେ ଜିଲ୍ଲାପ୍ରଶାସନ କହୁଛି ଲୋକଙ୍କୁ ସଚେତନ କରାଯାଉଛି।


ସମ୍ବଲପୁରରେ ଏବେ ମ୍ୟାଲେରିଆ ଓ ଡେଙ୍ଗୁରୋଗ ବ୍ୟାପିବାରେ ଲାଗିଛି। ମୁଖ୍ୟତଃ ବର୍ଷାଦିନେ ସହରରେ ଥିବା ପ୍ରାୟ ୨ଶହରୁ ଅଧିକ ବସ୍ତିରେ ଲୋକମାନେ ମ୍ୟାଲେରିଆ ଓ ଡେଙ୍ଗୁରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ସହରରେ ମଶାବଂଶ ନିପାତ ପାଇଁ ମହାନଗର ନିଗମ କିମ୍ବା ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ବର୍ଷବର୍ଷ ଧରି ନାଳ ଓ ପାଣିଜମା ହୋଇ ରହୁଥିବା ସ୍ଥାନରେ ମଶାମରା ତେଲ ପକାଯାଇନାହିଁ କି, ସହରରେ ମଶାମରା ଧୂଆଁର ବ୍ୟବହାର ମଧ୍ୟ କରାଯାଉନାହିଁ। ବର୍ଷାଦିନେ ବସ୍ତି ଅଞ୍ଚଳରେ ରହୁଥିବା ଝୁପୁଡିପଟି ଉପରେ ଟାୟାର ଓ ଅନ୍ୟାନ ସାମଗ୍ରୀ ରଖାଯାଉଥିବାରୁ, ସେଥିରେ ପାଣି ଜମି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ବସ୍ତିର ଗରିବ ଲୋକମାନେ ବାରମ୍ବାର ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା କି, ବିଜୁପକ୍କାଘର ଯୋଜନାରେ ସାମିଲ୍ ହୋଇପାରିନାହାଁନ୍ତି। ହେଲେ ବର୍ଷାଋତୁରେ ଏମାନଙ୍କ ଅବସ୍ଥା ସବୁଠାରୁ ଖରାପ ହୋଇଯାଇଥାଏ,କାରଣ ଘରେ ପାଣି ବାହାରେ ପାଣି। ଆଉ ପରିବେଶ ଖରାପ ଥିବାରୁ ଏହି ଲୋକମାନେ ମ୍ୟାଲେରିଆ,ଡେଙ୍ଗୁ ଓ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେବା ସାର ହୋଇଛି।


ବର୍ଷାଦିନ ଆସିଲେ ଜିଲ୍ଲାପ୍ରଶାସନ ସମ୍ମିଳନୀ କକ୍ଷରେ କେବଳ ଏକ ବୈଠକ କରି ନିଜ ଦାୟୀତ୍ବ ସାରିଦେଇଥାଏ। ସବୁ ବିଭାଗର ରିପୋର୍ଟ ଦେଖି ନିଜକୁ ନିଜେ ଖୁସି ଅନୁଭବ କରେ। ହେଲେ କେବେ ବି ନା ଜିଲ୍ଲାପାଳ ନା ତାଙ୍କର କୌଣସି ଅଧିକାରୀ ସହରର ପ୍ରକୃତ ପରିସ୍ଥିତି ଦେଖିବାକୁ ଯାଇନାହାଁନ୍ତି। ବର୍ଷବର୍ଷ ଧରି ଆବର୍ଜନା ଉଠାଯାଉନଥିବା ବେଳେ, ସହର ତଳି ଅଞ୍ଚଳରେ ପାଣି ଜମାହୋଇ ମଶାମାଛି ବୃଦ୍ଧିରେ ସହାୟକ ହୋଇଥାଏ। ସମ୍ବଲପୁର ସହରରେ ପ୍ରାୟ ୨ଶହରୁ ଅଧିକ ବସ୍ତି ରହିଥିବା ବେଳେ, ସେଥିରେ ପ୍ରାୟ ୪୫ହଜାର ଲୋକ ବାସ କରନ୍ତି। ହେଲେ ଏହି ସବୁଲୋକ ସାମାନ୍ୟ ମୌଳିକ ସୁବିଧା ମଧ୍ୟ ପାଇନଥାନ୍ତି। ୨୦୧୩ ମସିହାରୁ ପ୍ରତିବର୍ଷ ସମ୍ବଲପୁରରେ ଜଣ୍ଡିସ୍ ବ୍ୟାପି ବହୁ ଲୋକଙ୍କ ଜୀବନ ହାନି ଘଟିଥାଏ। ହେଲେ ପ୍ରସାଶନ କେବଳ ବୈଠକ ଟିଏ କରି ସତେଯେମିତି ତାର ଦାୟୀତ୍ବରୁ ମୁକ୍ତ ହୋଇଯାଇଥାଏ। ଏବେ ଦେଖନ୍ତୁ, ମ୍ୟାଲେରିଆ ସହରରେ ବ୍ୟାପିଥିବା ବେଳେ, କଣ କହୁଛନ୍ତି ସିଡିଏମ୍ଓ ଓ ଜିଲ୍ଲାପାଳ।


ସମ୍ବଲପୁର ସହର ବହୁ ପୁରୁଣା ସହର ହୋଇଥିବାରୁ ଏହାର ଡ୍ରେନେଜ୍ ବ୍ୟବସ୍ଥା ଅସଜଡା ହୋଇ ରହିଛି। ମୁଖ୍ୟତଃ ବର୍ଷା ଋତୁରେ ସମ୍ବଲପୁର ସହରର ବହୁ ସଂଖ୍ୟାରେ ଲୋକ ମ୍ୟାଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବେଳେ, ବର୍ଷା ଋତୁ ପରେ, ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥାନ୍ତି। ହେଲେ ଜିଲ୍ଲାପ୍ରଶାସନ କେବଳ ବୈଠକ କରି ନିଜ ପିଠି ନିଜେ ନଥାପୁଡାଇ, ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି।

   Related Posts