ଶାନ୍ତିପୂର୍ଣ୍ଣ ଓ ସ୍ଥିର ଆପଗାନିସ୍ତାନ ଲାଗି ମହିଳା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ : ମଲଲା ୟୁସୁଫଜଇ

Published By : Prameya-News7 Bureau | September 10, 2021 IST

ନ୍ୟୁୟର୍କ : ନୋବେଲ ବିଜେତା ମଲଲା ୟୁସୁଫଜଇ ଆଫଗାନିସ୍ତାନରେ ମହିଳା ଅଧିକାର ନେଇ ଶୁକ୍ରବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ତାଲିବାନ କେବଳ ବୟାନ ଦେଇ ଦେଲେ ହେବନି ଆଧୁନିକ ବିଶ୍ୱରେ ମହିଳାଙ୍କ ଶିକ୍ଷା ସମେତ ଅନ୍ୟ ଅଧିକାରର ଗ୍ୟାରେଣ୍ଟି ମଧ୍ୟ ଦେବାକୁ ହେବ। ଆଫଗାନିସ୍ତାନର ପରିସ୍ଥିତି ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି।

{"id":509419,"sizeSlug":"full","linkDestination":"none"}

ମଲଲା କହିଛନ୍ତି ଯେ ଆମକୁ ଆଫଗାନିସ୍ତାନରେ ଛାତ୍ରୀ ଶିକ୍ଷାକୁ ସମର୍ଥନ କରିବା ଦରକାର, କାରଣ ଶିକ୍ଷା ଏକ ମାନବାଧିକାର ଓ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଆଫଗାନିସ୍ତାନ ଲାଗି ମଧ୍ୟ ଅପରିହାର୍ଯ୍ୟ। ସେ କହିଛନ୍ତି ଯେ ଶିକ୍ଷା କେବଳ ବ୍ୟକ୍ତିଗତ ଅଧିକାର ନୁହେଁ। ଅନ୍ତର୍ଜାତୀୟ ମାନବାଧିକାର ଆଇନ ମଧ୍ୟ ଏହାର ଗ୍ୟାରେଣ୍ଟି ଦେଉଛି। ଏଣୁ ଆଫଗାନିସ୍ତାନରେ ମହିଳା ଓ ବାଳିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଜାତିସଂଘକୁ ଆହ୍ୱାନ କରି କହିଛନ୍ତି ଯେ ମାନବର ଗୌରବ ସୁରକ୍ଷା ଲାଗି ନିଜର ସଂକଳ୍ପକୁ  କାୟମ ରଖିବା ଦରକାର ବୋଲି କହିଛନ୍ତି।

{"id":509423,"sizeSlug":"full","linkDestination":"none"}

ଆଫଗାନିସ୍ତାନର ସ୍କୁଲ ପରିସ୍ଥିତି ନେଇ ମଲଲା କହିଛନ୍ତି ଯେ ସେଠାରେ ମାଧ୍ୟମିକ ସ୍କୁଲ ସବୁ ବନ୍ଦ କରି ଦିଆଯାଇଛି, ଶିକ୍ଷକ ଓ ଛାତ୍ରଙ୍କୁ ଘରେ ଅପେକ୍ଷା କରିବାକୁ କୁହାଯାଇଛି। ସେହିପରି ମହିଳା ଶିକ୍ଷିକାଙ୍କ ଏବେ ଚାକିରୀ ନାହିଁ, କାରଣ ସେମାନେ ଏବେ ଛାତ୍ରଙ୍କୁ ପାଠ ପଢାଇପାରିବେନି ବୋଲି କୁହାଯାଇଛି। ଏଣୁ ଆଫଗାନିସ୍ତାନରେ ଏକ ଦୃଢ ନିରିକ୍ଷଣ ବ୍ୟବସ୍ଥା ସ୍ଥାପନ ଲାଗି ମଲଲା ଜାତିସଂଘଙ୍କୁ ନିବେଦନ କରିଛନ୍ତି। ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ସହ ୟୁଏନଏସସିଙ୍କୁ ଛିଡାହେବା ଲାଗି ମଲଲା ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.