Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କଲେ ମଲାଲା, ଟ୍ୱିଟ୍ କରି ଜଣାଇଲେ ଖୁସି

19/06/2020 at 10:11 PM

ଲଣ୍ଡନ, ୧୯|୦୬:  ପାକିସ୍ତାନର ସାମାଜିକ କାର୍ଯ୍ୟକର୍ତ୍ତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେୟିନୀ ମଲାଲା ୟୁସୁଫଜଇ ଅକ୍ସଫୋର୍ଡ ୟୁନିଭର୍ସିଟିର ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ଡିଗ୍ରୀ ସମ୍ପୂର୍ଣ୍ଣ ହେବା ପରେ ସେ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି ।

ସେ ଟ୍ୱିଟରେ ଲେଖିଛନ୍ତି ଯେ, ଏବେ ଅଧିକ ଖୁସି ଓ କୃତଜ୍ଞତା ଜ୍ଞାପନ କରିବା ବହୁତ କଠିନ । ସେ ଅକ୍ସଫୋର୍ଡରୁ ଦର୍ଶନଶାସ୍ତ୍ର, ରାଜନୀତି ଓ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛି ।  ତେବେ ଆଗକୁ ଭବିଷ୍ୟତ କେଉଁ ମୋଡ ନେବ ସେନେଇ ସେ ଅଜ୍ଞ । ଏବେ କେବଳ ନେଟଫ୍ଲିକସରେ ଭିଡିଓ ଦେଖିବା ପଢିବା ଓ ଶୋଇବା ଉପରେ ଧ୍ୟାନ ଦେବେ ବୋଲି ସେ କହିଛନ୍ତି ।

ମଲାଲାଙ୍କ ଏହି ଟ୍ୱିଟରେ ୩.୮୭ ଲକ୍ଷ ଲାଇକ୍ ମିଳି ସାରିଛି । ଏହାକୁ ୫୮ ହଜାର ଥର ରିଟ୍ୱିଟ୍ କରାଯାଇଛି । ୨ ହଜାରରୁ ଅଧିକ ୟୁଜର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୨ ବର୍ଷୀୟା ମଲାଲା ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋରେ ସେ ତାଙ୍କ ପରିବାର ସହ  ଥିବା ବେଳେ ଅନ୍ୟ ଫଟୋରେ ତାଙ୍କ ମୁହଁରେ କେକ୍ ଲାଗିଛି । କେକ୍‌ରେ ଲେଖାଯାଇଛି ହାପି ଗ୍ରାଜୁଏସନ ମଲାଲା ।

ସୂଚନାଯୋଗ୍ୟ, ମଲାଲା ୧୭ ବର୍ଷରେ ନୋବେଲ ପୁରସ୍କାର ଜିତିଥିଲେ । ସେ ପାକିସ୍ତାନରେ ଶିକ୍ଷା ଦିଗରେ ଅନେକ କାର୍ଯ୍ୟ କରୁଥିଲେ । ଫଳରେ ସେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଅକ୍ଟୋବର ୯, ୨୦୧୨ରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ସେହି ସମୟରେ ମଲାଲାଙ୍କ ବୟସ ୧୫ ଥିଲା ।

   Related Posts