କାଶ୍ମୀର ପ୍ରସଙ୍ଗକୁ ନେଇ ନୋବେଲ ବିଜୟିନୀ ମଲଲା ୟୁସୁଫଜଈଙ୍କ ଟ୍ୱିଟ୍, ଜାଣନ୍ତୁ ଉଲେଖ କରିଛନ୍ତି କ’ଣ

Published By : Prameya-News7 Bureau | August 08, 2019 IST

ଲଣ୍ଡନ : ଭାରତ ସରକାର କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ପ୍ରସଙ୍ଗରେ ସର୍ବ କନିଷ୍ଠ ନୋବେଲ ବିଜୟିନୀ ତଥା ପାକିସ୍ତାନୀ ଶିକ୍ଷାଧିକାର କର୍ମୀ ମଲଲା ୟୁସୁଫଜଈ ଗୁରୁବାର ଟ୍ୱିଟ୍ କରିଛନ୍ତି । ଯେଉଁଥିରେ କାଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ନିବେଦନ କରିଛନ୍ତି।  ଏଥିରେ ସେ ‘ଆମେ ସବୁ ଶାନ୍ତିରେ ବସବାସ କରିପାରିବା’ ବୋଲି ଉଲ୍ଲେଖ କରିଥିବା ବେଳେ ‘ଏଥି ପାଇଁ ଜଣେ ଆଉ ଜଣକର କ୍ଷତି କରିବାର କୌଣସି ଆବଶ୍ୟକତା ନାହିଁ’ ବୋଲି କହିଛନ୍ତି ମଲଲା।

{"id":142308,"width":577,"height":577}

ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ ଭାରତ ସରକାର ହଟାଇଦେଇଛନ୍ତି। ଏହା ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଛନ୍ତି। ଏହାର ଜବାବରେ ପାକିସ୍ତାନ ବୁଧବାର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଦେଶରୁ ବାହର କରିଦେଇଥିବା ବେଳେ ଭାରତରେ ନିଜର ଉଚ୍ଚାୟୁକ୍ତ ନିଯୁକ୍ତିକୁ ଅଟକାଇ ଦେଇଛି। ଏହା ଛଡା ଭାରତ ସହ ସମସ୍ତ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ବିଛିନ୍ନ କରିବାକୁ ଘୋଷଣା କରିଛି।

wp:html /wp:html wp:paragraph {"align":"left"}

ତେବେ ମଲଲା ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଯେବେ ଶିଶୁ ଥିଲି, ମୋ ବାପା ଓ ମା ବି ପିଲା ଥିଲେ ସେତେବେଳେ ସେମାନଙ୍କ ପିତାମାତା ଯୁବାବସ୍ଥାରେ ଥିବାବେଳଠାରୁ କାଶ୍ମୀରବାସୀଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା ବୋଲି ଶୁଣି ଆସୁଛୁ।  ତେବେ କାଶ୍ମୀରକୁ ନେଇ ମୁଁ ଫିକର କରିବାର କାରଣ ହେଉଛି ଦକ୍ଷିଣ ଏସିଆ ମୋ ଘର। ଏକ ଏପରି ଘରେ ଯେଉଁଠି କାଶ୍ମୀରବାସୀଙ୍କ ସମେତ ୧.୮ ବିଲିୟନ ଲୋକେ ରହୁଛନ୍ତି। ବିଶ୍ୱର ଏହି ଅଞ୍ଚଳ ବିଭିନ୍ନ ଭାଷା, ସଂସ୍କୃତି,ଧର୍ମ, ବ୍ୟଞ୍ଜନ ଓ ପରମ୍ପରାର ପ୍ରତିନିଧିତ୍ୱ କରେ। ଏଣୁ ମୁଁ ଆଶା କରୁଛି ଆମେ ସମସ୍ତେ ଏକତ୍ର ଶାନ୍ତିରେ ରହିପାରିବା। ଏଥିପାଇଁ ଆମେ ନିଜେ କଷ୍ଟ ସହିବାର ଆବଶ୍ୟକତା ନାହିଁ କି କେହି କାହାର ନଷ୍ଟ କରିବା ଜରୁରି ନୁହେଁ।  

{"id":142309}

ତେବେ କାଶ୍ମୀରର ମହିଳା ଓ ଶିଶୁଙ୍କୁ ନେଇ ମଲଲା ବିଶେଷ ଚିନ୍ତାବ୍ୟକ୍ତ କରିଛନ୍ତି। କାରଣ ଏଥି ଯୋଗୁ ଯଦି ହିଂସାର ସୂତ୍ରପାତ ହୁଏ ତେବେ ମହିଳା ଓ ଶିଶୁ ବିଶେଷ ଭାବେ ପ୍ରଭାବିତ ହେବେ। ଏଥିପାଇଁ ସେ ସମସ୍ତ ଦକ୍ଷିଣ ଏସିୟ ଦେଶ,ଅନ୍ତର୍ଜାତୀୟ ସମୁଦାୟ ଓ ପ୍ରାଧିକାରୀମାନଙ୍କୁ ତାଙ୍କ ଟ୍ୱିଟ୍ ର ପ୍ରତିକ୍ରିୟା ଦେବାକୁ ଆହ୍ୱାନ ଦେଇଛନ୍ତି। କହିଛନ୍ତି ଆମ ଭିତରେ ଯାହା ବି ମତପାର୍ଥକ୍ୟ ଥାଉନା କାହିଁକି ୭୦ ବର୍ଷ ପୁରୁଣା କାଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆମର ଧ୍ୟାନ କେନ୍ଦ୍ରିତ ହେବା ଦରକାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.