ବ୍ରିଟିଶ୍‌ ମାଗାଜିନ୍‌ ‘ବୋଗ୍‌’ର କଭର ପେଜ୍‌ରେ ମଲାଲା, ବିବାହକୁ ନେଇ ଦେଲେ ଏମିତି ପ୍ରତିକ୍ରିୟା, ପାକିସ୍ତାନରେ ହଇଚଇ

Published By : Prameya-News7 Bureau | June 04, 2021 IST

ଲଣ୍ଡନ ୪/୬:  ବହୁ ଚର୍ଚ୍ଚିତ ପାକିସ୍ତାନୀ ସାମାଜିକ କର୍ମୀ ଏବଂ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସଫଜୟି ବ୍ରିଟିଶ ମାଗାଜିନ ବୋଗ୍‌ର କଭର ପେଜରେ ସ୍ଥାନ ପାଇଛନ୍ତି । ଏହା ପାକିସ୍ତାନ ପାଇଁ ବହୁ ବଡ଼ ଖବର ହୋଇଥିବା ବେଳେ ମଲାଲା ଦେଇଥିବା ସାକ୍ଷତକାର ମଧ୍ୟ ଚର୍ଚ୍ଚା ସାଉଁଟିଛି। ମଲାଲା ରାଜନୀତି, ଶିକ୍ଷା, ସଂସ୍କୃତି ସମେତ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲା ଆଲୋଚନା କରିଛନ୍ତି। କିନ୍ତୁ ବିବାହକୁ ନେଇ ସେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ପାକିସ୍ତାନରେ ଚର୍ଚ୍ଚା ସୃଷ୍ଟି କରିଛି।ଏହାକୁ ନେଇ ସୋସିଆଲ୍‌ ମିଡିଆରେ ବିତର୍କ ଆରମ୍ଭ ହୋଇଛି।

ଜୀବନସାଥି ପାଇଁ ବିବାହକୁ ଅବୈଧ କହିବା ସହ ସେ ପ୍ରତିକ୍ରିୟା ରଖିଛନ୍ତି, ‘ମୁଁ ଏବେ ବି ବୁଝିପାରୁନି ଲୋକେ କାହିଁକି ବିବାହ କରୁଛନ୍ତି। ଯଦି ଆପଣ କାହାକୁ ଜୀବନରେ ଚାହୁଁଛନ୍ତି ତେବେ ଆପଣଙ୍କୁ ପେପରରେ ଦସ୍ତଖତ କରିବାର କଣ ଆବଶ୍ୟକତା ରହିଛି। ଏହା କେବଳ ଏକ ପାର୍ଟନରସିପ୍‌ କାହିଁକି ହେବନି ?’ ମଲାଲାଙ୍କ ଏହି ବୟାନକୁ ନେଇ ପାକିସ୍ତାନରେ ହଙ୍ଗାମା ହୋଇଛି। ସୋସିଆଲ ମିଡିଆରେ ତାଙ୍କୁ ଖୁବ ସମାଲୋଚନା କରାଯାଉଛି। ଏହା ସହ ସେ ଯୁବପୀଢ଼ିଙ୍କ ମୁଣ୍ଡରେ ଖରାପ ଭାବନା ପୂରାଉଥିବା ଅଭିଯୋଗ ହୋଇଛି। ତାଙ୍କର ଏହି ଅସମ୍ବେଦନଶୀଳ ବୟାନ ଇସ୍ଲାମ ବିରୋଧୀ ବୋଲି କେହି କେହି କହୁଛନ୍ତି। ଆଉ କେତେ ଜଣଙ୍କ ମତରେ ମଲାଲା ପଶ୍ଚିମୀ ସଂସ୍କୃତିର ନକଲ କରୁଛନ୍ତି।

wp:embed {"url":"https://twitter.com/Hamzatalib_/status/1400446906266886149","type":"rich","providerNameSlug":"twitter","responsive":true,"className":""}
https://twitter.com/Hamzatalib_/status/1400446906266886149
/wp:embed wp:embed {"url":"https://twitter.com/SamreeenSohail/status/1400449812034510860","type":"rich","providerNameSlug":"twitter","responsive":true,"className":""}
https://twitter.com/SamreeenSohail/status/1400449812034510860
/wp:embed

ସୋସିଆଲ ମିଡିଆରେ ସକ୍ରିୟ ଥିବା ପାକିସ୍ତାନୀ ମଡେଲ ମଥିରା ମଧ୍ୟ ମଲାଲାଙ୍କୁ ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, ‘ମଲାଲା,  ଆମେ ଏହି ପୀଢ଼ିକୁ ଶିଖାଇବା ଦରକାର ବିବାହ (ନିକାହ) ସୁନ୍ନତ । ଏହାର ଅର୍ଥ କାଗଜରେ ଦସ୍ତଖତ କରିବା ନୁହେଁ । ଆପଣ ପ୍ଲଟ୍‌ କିଣୁନାହାନ୍ତି।’ ମଥିରା ଇନଷ୍ଟାଗ୍ରାମରେ ଆହୁରି ମଧ୍ୟ ଲେଖିଛନ୍ତି, କେବଳ ଜବରଦସ୍ତି ବିବାହ ଏବଂ ବାଲ୍ୟ ବିବାହକୁ ନକାରାତ୍ମକ ନଜରରେ ଦେଖିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.