Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

Pak ଜେଲରୁ ଖସି ପଳାଇଛି ତାଲିବାନ ଆତଙ୍କବାଦୀ ଏହଶାନୁଲ୍ଲାହ, ମଲଲା ୟୁସୁଫଜାଇଙ୍କ ମୁଣ୍ଡକୁ ମାରିଥିଲା ଗୁଳି

6/02/2020 at 9:56 PM

ନୂଆଦିଲ୍ଲୀ ୫।୨:  ଦେଶରୁ ତାଲିବାନ ଆତଙ୍କବାଦୀଙ୍କ ମୁଳପୋଛ କରିଥିବା ନେଇ ପାକିସ୍ତାନର ପ୍ରଚାରକୁ ଲାଗିଛି ଝଟକା। ୨୦୧୨ ମଲଲା ୟୁସୁଫ ଜାଇକୁ ଗୁଳି ଓ ୨୦୧୪ ପେଶାୱର ସ୍କୁଲ ଗୁଳିକାଣ୍ଡ ମାମଲାରେ ଗିରଫ ତାଲିବାନ ମୁଖପାତ୍ର ଏହଶାନୁଲ୍ଲାହ ଏହସାନ ପାକ୍ ଜେଲରୁ ଖସି ପଳାଇଛି। ଜେଲରୁ ବାହାରିଯିବା ପରେ ଏକ ଅଡିଓ କ୍ଲିପ୍ କରି ସେ ନିଜେ ଏହି ଘୋଷଣା କରିଥିବା ବେଳେ ତାହା ଏବେ ପାକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଥିରେ ସେ ଜାନୁୟାରୀ ୧୧ତାରିଖରେ ପାକିସ୍ତାନ ସରକାରଙ୍କ ସମସ୍ତ ସୁରକ୍ଷା ଫାନ୍ଦି ଖସି ଯାଇଥିବାର କହୁଥିବାର ଶୁଣାଯାଇଛି।   ୨୦୧୭ ମସିହାରେ ଆତ୍ମସମର୍ପଣ ବେଳେ ସରକାର ତାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଏଣୁ ଭଗବାନଙ୍କ କୃପାରୁ ପାକ୍ ର ସୁରକ୍ଷା ଡେଇଁ ଖସିପଳାଇବାରେ ସକ୍ଷମ ହୋଇଥିବା ଏହଶାନୁଲ୍ଲାହ କହୁଥିବା ବେଳେ ଯଦି ଏହି କ୍ଲିପ୍‌ର ସତ୍ୟତା ଥାଏ ତେବେ ପାକିସ୍ତାନର ଆତଙ୍କବାଦ ବିରୋଧୀ  କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନବାଚୀ ଲଗାଇଛି। 

ଅଡିଓ କ୍ଲିପରେ ସେ ତାର ବର୍ତ୍ତମାନର ଅବସ୍ଥିତି ସମ୍ପର୍କରେ କିଛି କହିନାହିଁ। ହେଲେ ସେ ଖୁବ୍ ଶୀଘ୍ର ପାକ୍ ଜେଲରେ ତାର ବନ୍ଦୀ ବେଳର ବିସ୍ତୃତ ବିବରଣୀ ଖୁବଶୀଘ୍ର ଦେବା ସହ ତାର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଘୋଷଣା କରିବ ବୋଲି କହିଛି। ୨୦୧୨ ମସିହାରେ ପାକ୍ ଶ୍ୱାତ ଉପତ୍ୟାକାରେ ମହିଳା ଶିକ୍ଷାର ପ୍ରୋତ୍ସାହନ ଲାଗି କାମ କରୁଥିବା ମଲଲା ୟୁସୁଫଜାଇକୁ ଏହି ଉଗ୍ରବାଦୀ ବସରେ ଗୁଳି କରିଥିଲା। କେବଳ ଏତିକି ନୁହେଁ ୧୬ ଡିସେମ୍ବର ୨୦୧୪ରେ ଏହସାନ ତାର ସହଯୋଗୀଙ୍କ ସହ ମିସି ପେଶାୱର ସୈନିକ ସ୍କୁଲରେ ପଶି ୧୩୨ ଜଣ ଛାତ୍ରଙ୍କ ସମେତ ମୋଟ ୧୪୯ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା।

ତେବେ ଏକ ରାଜିନାମା ଅନୁସାରେ ସେ ୫ ଫେବୃଆରୀ ୨୦୧୭ରେ ପାକ୍ ସୁରକ୍ଷା ସଂସ୍ଥାରେ ନିଜର ଆତ୍ମସମର୍ପଣ କରିଥିଲା। ହେଲେ ସେତେବେଳେ ହୋଇଥିବା ରାଜିନାମାକୁ ସେ ୩ ବର୍ଷ କାଳ ପାଳନ କରିଥିଲେ ହେଁ ସୁରକ୍ଷା ସଂସ୍ଥା ଦେଇଥିବା କୌଣସି ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନଥିଲା ଓଲଟି ତାକୁ ଓ ତାର ସାଥୀଙ୍କୁ ଜେଲରେ ବନ୍ଦୀ କରିଥିଲା। ଏଣୁ ସେ ଖସି ପଳାଇବାକୁ ମନସ୍ତ କରିବା ସହ ଏଥିରେ ସଫଳ ହୋଇଥିବା କହିଛି। ତେବେ ଏହେସାନର ଏହି କ୍ଲିପ୍‌କୁ ଏ ଯାଏଁ ସେନା ଅଥବା ପାକିସ୍ତାନ ସରକାର ପରୀକ୍ଷା କରିନଥିବା ଜଣାପଡିଛି।  

   Related Posts