ପରୀକ୍ଷା ହଲ ଭିତରେ ଅଭିନବ ଉପାୟରେ କପି : ମୋବାଇଲରେ କପି କରିବା ସହ ସୋସିଆଲ ମିଡିଆରେ ଛଡାଯାଇଛି ସେଲଫି

Published By : Prameya-News7 Bureau | October 27, 2019 IST

ମାଲକାନଗିରି ୨୭/୧୦: ପରୀକ୍ଷା ହଲ୍ ଭିତରେ ଛାତ୍ର ଛାତ୍ରୀ କପି କରୁଛନ୍ତି । ତାହା ବି ପୁଣି ମୋବାଇଲରେ ଇଣ୍ଟରନେଟ ଲଗାଇ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି । ଏହାକୁ ସେଲଫି କରି ଭାଇରାଲ୍ ମଧ୍ୟ କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ମାଲକାନଗିରିରେ ।

{"id":175374,"width":587,"height":383}

ମାଲକାନଗିରି ମହାବିଦ୍ୟାଳୟ +୩ ଇଣ୍ଟରନାଲ ପରୀକ୍ଷା ଚାଲୁଥିବା ବେଳେ କିଛି ପରୀକ୍ଷାର୍ଥୀ ପରୀକ୍ଷା ହଲ ଭିତରେ ମୋବାଇଲ ନେଇ କପି କରିବା ସହ କପି କରୁଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଛନ୍ତି । ଭଲ ଭାବେ ଦେଖନ୍ତୁ ଆପଣ ଏହି ସବୁ ଚିତ୍ରକୁ ଏଥିରେ ଜଣେ ପରୀକ୍ଷାର୍ଥୀ ନୁହଁ ଏକା ଥରକେ ଚାରି ଚାରି ଜଣ ପରୀକ୍ଷାର୍ଥୀ ଏଭଳି କରୁଛନ୍ତି । କେବଳ ଏତିକି ନୁହେଁ ଭାଇରାଲ ମଧ୍ୟ କରୁଛନ୍ତି ।

{"id":175375}

ପରୀକ୍ଷାରେ କପି ରୋକିବା ଲାଗି ନିୟମ ତିଆରିହୋଇଛି, ହେଲେ ବାସ୍ତବରେ ନିୟମ ସବୁ କେମିତି କାମ କରୁଛି ତାହା ଏହି ଦୃଶ୍ୟରୁ ଜଣା ପଡୁଛି । ଏହି ଦୃଶ୍ୟ ଭାଇରାଲ ହେବା ପରେ କଲେଜର ଅଧକ୍ଷ ଭୁଲ ସ୍ବୀକାର କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ।

{"id":175376,"width":589,"height":351}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.