ଅର୍ଜୁନଙ୍କ ସହ ସମ୍ପର୍କର ମୋହର ଲଗାଇଛନ୍ତି କି ମଲାଇକା ?
27/11/2018 at 4:14 PM

ମୁମ୍ବାଇ ୨୭/୧୧ : ଅର୍ଜୁନ କପୁର ଏବଂ ମଲାଇକା ଅରୋଡାଙ୍କ ରିଲେସନସିପ ପରେ ଏବେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି | କିନ୍ତୁ ରିଲେସନସିପକୁ ନେଇ ଏବେ ଯାଏଁ ଉଭୟଙ୍କ ମଧ୍ୟରୁ କେହି ବି କୌଣସି ଖୁଲାସା କରିନାହାନ୍ତି | ଉଭୟ ମିଶି ବୁଲାବୁଲି କରିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତେବେ ନିକଟରେ ଉଭୟଙ୍କୁ କରଣ ଜୋହରଙ୍କ ସହ ଡିନର କରୁଥିବାବେଳେ ଦେଖିବାକୁ ମିଳିଥିଲା |
ମଲାଇକା ଅରୋଡାଙ୍କ ସହ କରଣ ଜୋହରଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଯେଉଁଥିରେ ମଲାଇକା ଅରୋଡା ରୋମାଣ୍ଟିକ ମୁଡ଼ରେ ଅର୍ଜୁନଙ୍କ ବିଷୟରେ କହୁଥିବା ଦେଖାଦେଇଛି |
ଇଣ୍ଡିଆ’ସଁ ଗଟ ଟ୍ୟାଲେଣ୍ତ କାର୍ଯ୍ୟକ୍ରମରେ କରଣ ଜୋହର ମଲାଇକାଙ୍କୁ ପଚାରିଥିଲେ ଯେ, “କାଲି ରାତିର କଫି କେମିତି ଲାଗିଲା” | ଉତ୍ତରରେ ମଲାଇକା କହିଥିଲେ ” ବହୁତ ହଟ ଏବଂ ଇମାନଦାର, ମତେ ଭଲ ଲାଗିଲା ” | ଏଥିରେ କରଣଙ୍କ ଇସାରା ତାଙ୍କ ଶୋ କଫି ହ୍ୱିଥ କରଣ ଆଡକୁ ଥିଲା ଯେଉଁଥିରେ ଅର୍ଜୁନ କପୁର ଅତିଥି ଭାବେ ଆସିଥିଲେ |
ମଲାଇକାଙ୍କ ଏହି ଜବାବକୁ ଅର୍ଜୁନଙ୍କ ସହ ଥିବା ସମ୍ପର୍କ ସହିତ ଯୋଡ଼ା ଯାଇଛି | ସେପଟେ କରଣଙ୍କ ଚାଟ ଶୋ ଅର୍ଜୁନ କହିଥିଲେ ସେ ସିଙ୍ଗଲ ନାହାନ୍ତି, ବିବାହ ପାଇଁ ଚିନ୍ତା କରୁଛନ୍ତି |
ଶୁଣିବାକୁ ମିଳିଛି ଉଭୟ ମଲାଇକା ଏବଂ ଅର୍ଜୁନ ମିଶିକି ରହିବେ | ଆହୁରି ଶୁଣିବାକୁ ମିଳିଛି ଯେ, ଉଭୟ ମିଶି ଲୋଖଣ୍ଡଵାଲା କମ୍ପ୍ଲେକ୍ସ ନିକଟରେ ଏକ ଫ୍ଲାଟ କିଣିଛନ୍ତି | ତେବେ ଉଭୟ ମିଶି ରହିବେ ନା ନାହିଁ ତାହା ଏବେ ଜଣା ଜଣାପଡିନାହିଁ |
ସୂଚନାଯୋଗ୍ୟ ଯେ, ମଲାଇକା ଅରୋଡା ଅରବାଜ ଖାନଙ୍କୁ ବିବାହ କରିଥିଲେ | ତେବେ ବିବାହର ବହୁ ବର୍ଷ ପରେ ପାରସ୍ପରିକ ବୁଝାମଣାରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଛନ୍ତି |