ଡେନିମ୍ ସର୍ଟସ୍ରେ ମଲାଇକାଙ୍କ ଗ୍ଲାମରସ ପୋଜ୍
6/06/2019 at 3:36 PM

ମୁମ୍ବାଇ ୬|୬: ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡାଙ୍କୁ ଅଧିକାଂଶ ସମୟ ମୁମ୍ବାଇରେ ସ୍ପଟ୍ କରାଯାଏ। ଏବେ କିଛି ଦିନ ତଳେ ମଲାଇକାଙ୍କୁ ଏକ ହୋଟେଲ ସାମ୍ନାରେ ସ୍ପଟ୍ କରାଯାଇଥିଲା। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ମଲାଇକା ବହୁତ ହଟ୍ ଲାଗୁଥିଲେ ।

ଏଥର ମଲାଇକା ଡେନିମ୍ ସର୍ଟସ୍ ପିନ୍ଧିଥିବା ନଜର ଆସିଥିଲେ । ସର୍ଟସ୍ ସହ ହ୍ବାଇଟ୍ କଲରର ସ୍ପାଗିଡି ପିନ୍ଧିଥିଲେ ମଲାଇକା ଯାହା ତାଙ୍କ ଲୁକ୍କୁ ଷ୍ଟାଇଲିସ କରିଥିଲା।

ସେ ତାଙ୍କ ଚୁଟିରେ ବନ୍ ଡିଜାଇନ କରିଥିଲେ। ଲୁକ୍ କମ୍ପ୍ଲିଟ୍ କରିବା ପାଇଁ ସେ ବ୍ଲାକ୍ ଗଗଲ୍ସ ପିନ୍ଧିଥିଲେ। ସେଠାରେ ତାଙ୍କ ଫାନ୍ସଙ୍କ ସହ ମଧ୍ୟ ସେ ବହୁତ ପୋଜ୍ ଦେଇଥିଲେ। ବଲିଉଡ ଇଣ୍ଡଷ୍ଟ୍ରିରେ ହଟ୍ ଓ ଫିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଲାଇକା।

ନିଜ କାମ ସହ ସେ ତାଙ୍କ ଫିଟ୍ନେସର ବହୁତ ଧ୍ୟାନ ରଖନ୍ତି। ୧୪ ବର୍ଷର ପୁଅର ମାଆ ହୋଇ ମଧ୍ୟ ସେ ତାଙ୍କ ଫିଟ୍ନେସ ଭଲ ଭାବେ ମେଣ୍ଟେନ୍ କରିଛନ୍ତି।