ମଲାଇକାଙ୍କ ଆଶ୍ଚର୍ଯ୍ୟକର ଖୁଲାସା : ପୁଣି ଥରେ ହେବାକୁ ଚାହୁଁଛନ୍ତି ଖାନ୍ ପରିବାରର ବୋହୂ
4/06/2020 at 11:40 AM

ମୁମ୍ବାଇ ୪/୬: ବଲିଉଡର ସବୁଠୁ ଫେମସ୍ କପଲ୍ ମଲାଇକା ଏବଂ ଅର୍ଜୁନ ଆଜିକାଲି ନିଜ ରିଲେସନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରିବା ପୂର୍ବରୁ ମଲାଇକା ,ଅରବାଜଙ୍କୁ ଛାଡ଼ପତ୍ର ଦେଇଥିଲେ ଯାହା ପରେ ଉଭୟେ ନିଜ ନିଜ ରାସ୍ତା ବାଛିଥିଲେ ଏବଂ ପଛକୁ କେବେ ଫେରି ଚାହିଁନଥିଲେ।

ଏବେ ଲକଡାଉନ୍ ଚାଲିଛି ଏବଂ ସେଲିବ୍ରିଟିଙ୍କ ବହୁତ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏପରି ପରିସ୍ଥିତିରେ ମଲାଇକାଙ୍କ ମଧ୍ୟ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହା କରଣ ଜୋହରଙ୍କ କଫି ଓ୍ବିଥ କରଣ ଶୋ ର ଯେଉଁଥିରେ ମଲାଇକା କହୁଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ଅରବାଜଙ୍କ ଘରେ ପାଦ ରଖିଥିଲେ ସେତେବେଳେ ସେଠାକାର ପରିସ୍ଥିତି କ’ଣ ଥିଲା ଏବଂ ପ୍ରଥମ ଥର ତାଙ୍କ ଘରକୁ ଯାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମଲାଇକାଙ୍କ କହିବା ଅନୁସାରେ,‘ ଯେତେବେଳେ ସେ ପ୍ରଥମ ଥର ଅରବାଜଙ୍କ ଘରକୁ ଯାଇଥିଲେ ସେଠାରେ ସମସ୍ତେ ତାଙ୍କୁ ଭଲରେ ସ୍ବାଗତ କରିଥିଲେ। ସୋହେଲ୍ ଡେନିମ୍ ଶାର୍ଟ ଏବଂ ସୁନେଲି କେଶରେ ଘରର ଛାତରେ ଖରା ଖାଉଥିଲେ। ମଲାଇକାଙ୍କୁ ସେତେବେଳେ ତାହା ନିଜ ଘର ଭଳି ଲାଗିଥିଲା।

ମଲାଇକା ଆହୁରି କହିଥିଲେ ଯେ,‘ ସତ କହିବାକୁ ଗଲେ ତାହା ଏକ ଏପରି ପରିବାର ଥିଲା ଯେଉଁଠାରେ ତାଙ୍କ ଉପରେ କୌଣସି ଚାପ ଦିଆଯାଇନଥିଲା ଏବଂ ତାଙ୍କୁ କେବେ କୁହାଯାଇନଥିଲା ଯେ ତାଙ୍କୁ ଏପରି ହେବା ଉଚିତ୍ ଥିଲା କିମ୍ବା ତାଙ୍କୁ ଏସବୁ ନିୟମ ମାନିବା ଉଚିତ୍।

ମଲାଇକାଙ୍କ ମୁତାବକ ଖାନ୍ ପରିବାର ଅତ୍ୟନ୍ତ ଆଧୁନିକ ଏବଂ ତାଙ୍କ ଚାଲିଚଳଣ ମଧ୍ୟ ଅତ୍ୟନ୍ତ ଆଧୁନିକ। ଏହି ପରିବାରରେ ସମସ୍ତଙ୍କ ସହ ଏପରି ବ୍ୟବହାର କରାଯାଇଥାଏ। ଯଦି ସେ ପୁଣି ଥରେ ଜନ୍ମ ନିଅନ୍ତି ତେବେ ସେହି ଘରେ ବିବାହ କରିବେ।

ନିଜ ପୂର୍ବତନ ଶାଶୁଙ୍କ ବିଷୟରେ ମଲାଇକା କହିଥିଲେ ଯେ ସେ ତାଙ୍କ କାମର ବହୁତ ବଡ଼ ଫ୍ୟାନ୍ ଥିଲେ। ତାଙ୍କ ଉପରେ କୌଣସି ଚାପ ଦିଆଯାଇନଥିବାରୁ ସେ ତାଙ୍କ କାମକୁ ଭଲ ଭାବେ କରୁଥିଲେ।

କିନ୍ତୁ ଏବେ ମଲାଇକା ଏବଂ ଅରବାଜ ଅଲଗା ହୋଇଯାଇଛନ୍ତି ଏବଂ ନିଜ ନିଜ ଜୀବନରେ ଦୁହେଁ ଖୁସି ଅଛନ୍ତି।
