ଅର୍ଜୁନ କପୁରଙ୍କ ପରେ ଏବେ ମଲାଇକା ଅରୋରା କରୋନା ପଜିଟିଭ ଚିହ୍ନଟ : ସୂଚନା ଦେଲେ ଭଉଣୀ ଅମୃତା

Published By : Prameya-News7 Bureau | September 06, 2020 IST

ମୁମ୍ବାଇ ୬/୯: ଅର୍ଜୁନ କପୁରଙ୍କ ପରେ ଏବେ ଶୁଣିବାକୁ ମିଳୁଛି ଯେ ମଲାଇକା ଅରୋରା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମଲାଇକାଙ୍କ ରିପୋର୍ଟ ପଜିଟିଭ ଆସିଛି। ମଲାଇକାଙ୍କ ଭଉଣୀ ଅମୃତା ଅରୋରା ଏହି ସୂଚନା ଦେଇଛନ୍ତି।

{"id":325992,"sizeSlug":"large"}

ମଲାଇକାଙ୍କ ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର୍ସ’ର ସେଟରୁ ୭/୮ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ମଲାଇକା ଦୀର୍ଘ ଦିନରୁ ଏହି ଶୋର ସୁଟିଂ କରୁଥିଲେ। ସୋସିଆଲ୍ ମିଡିଆରେ ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ପ୍ରାର୍ଥନା କରୁଛନ୍ତି।

{"id":325995,"sizeSlug":"large"}

ମଲାଇକା ଅରୋରା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। କେତେବେଳେ ଅର୍ଜୁନଙ୍କ ସହ ରିଲେସନଶିପକୁ ନେଇ ତ କେବେ ନିଜର ଡେସିଂ ସେନ୍ସକୁ ନେଇ। ସେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ିଥାନ୍ତି।

{"id":325996,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.