Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମଲାଇକାଙ୍କ ଅରୋରାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ : ଜାଣନ୍ତୁ କେତେ ରହିଛି ତାଙ୍କ ବ୍ୟାଙ୍କ ବାଲାନ୍ସ…

26/09/2021 at 3:15 PM

ମୁମ୍ବାଇ ୨୬/୦୯ :ବଲିଉଡ୍‌ର ଫିଟ୍‌ନେସ୍‌ ଅଭିନେତ୍ରୀ କହିଲେ ସମସ୍ତେ ଜାଣନ୍ତି ମଲାଈକାଙ୍କୁ । କାରଣ ସେ ତାଙ୍କ ଫିଟ୍‌ନସ୍‌ ଓ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚା। ତାଙ୍କୁ ଦେଖିଲେ ଲାଗେ ନାହିଁ କି ସେ ୨ଟା ସନ୍ତାନର ମାଆ । ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ସହିତ ବଲିଉଡ ଜଗତରେ ଆତଙ୍କ ସୃଷ୍ଟି କରନ୍ତି ଅଭିନେତ୍ରୀ ମଲାଇକା ଆରୋରା । ଛେୟାଁ ଛେୟାଁ ଏବଂ ମୁନ୍ନି ବାଦନାମ୍ ହୁଇ ଗୀତରେ ନିଜର ବୋଲ୍ଡ ନୃତ୍ୟ ସହିତ ଏକ ପରିଚୟ ସୃଷ୍ଟି କରିଥିବା ମଲାଇକା ମଧ୍ୟ ଛୋଟ ପରଦାରେ ମଧ୍ୟ ବହୁତ ସକ୍ରିୟ । ମଲାଇକା ପ୍ରଥମେ ତାଙ୍କ ମଡେଲିଂରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ତାପରେ ସେ ଆଲବମ୍ ଗୀତ ଗୁରୁ ନାଲ୍ ଇଶ୍କ୍ ମିଥା ଏବଂ ବଲିଉଡ ଫିଲ୍ମ ଦିଲ୍ ସେରୁ ଆଇଟମ୍ ଗୀତ ଛେୟାଁ ଛେୟାଁରେ ଅଭିନୟ କରିଥିଲେ ।

ସେ ୪୭ବର୍ଷ ବୟସରେ, ମଧ୍ୟ ମଲାଇକା ନିଜକୁ ସମ୍ପୂର୍ଣ୍ଣ ଫିଟ୍ ଏବଂ ରକ୍ଷଣାବେକ୍ଷଣ କରିଆସୁଛନ୍ତି। ଆଜି ବି ତାଙ୍କ ଦିୱାନା ପ୍ରେମୀମାନେ ତାଙ୍କ ସୌନ୍ଦର୍ଯ୍ୟର ମତୁଆଲା ହୁଅନ୍ତି । ମଲାଇକା ଏବେ ବି ରାଜକୀୟ ଜୀବନଶଶୈଳୀରେ ଜୀବନ ବିତାଉଛନ୍ତି। ତେବେ ଖବର ଅନୁଯାୟୀ, ମଲାଇକାଙ୍କର ମୋଟ ସମ୍ପତ୍ତି ୭୩-୭୫ କୋଟି ଟଙ୍କା ରହିଛି। ୨୦୨୧ ମସିହାରେ, ତାଙ୍କର ନିଟ୍ ମୂଲ୍ୟ ୧୦ ନିୟୁତ ଡଲାର ଥିଲା ବୋଲି କୁହାଯାଏ ।

IndiaTv

ଚଳଚ୍ଚିତ୍ରରେ ସେ ଏକ ଆଇଟମ୍ ନମ୍ବରରେ ନାଚିବା ପାଇଁ ମଲାଇକା ପ୍ରାୟ ୧.୭୫ କୋଟି ଟଙ୍କା ଆଦାୟ କରିଛନ୍ତି । କେବଳ ଏତିକି ନୁହେଁ, ମଲାଇକା ନାଚ ବାଲିୟେ, ନାଚ ବାଲିୟେ ସିଜନ ୨, ଜାରା ନାଚକେ ଦିଖା, ଝଲକ୍‌ ଦିଖ ଲାଜା ଭଳି ରିଆଲିଟି ସୋ’ର ଅଂଶ ହୋଇଥିବାରୁ ବିପୁଳ ମାତ୍ରାରେ ଚାର୍ଜ ମଧ୍ୟ ନିଅନ୍ତି।

ଖବର ଅନୁଯାୟୀ, ମାଲାଇକା ଏକ ମାସରେ ୬୦ ଲକ୍ଷରୁ ଅଧିକ ରୋଜଗାର କରନ୍ତି। ଏକ ଏପିସୋଡ୍ ପାଇଁ 5 ଲକ୍ଷ ଏବଂ ଗୋଟିଏ ସିଜିନ୍‌ ପାଇଁ ମଲାଇକା ୧ କୋଟି ଟଙ୍କା ନିଅନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ମୁମ୍ବାଇରେ ଏକ ଯୋଗ ଷ୍ଟୁଡିଓ ‘ଡିଭା ଯୋଗ’ ମଧ୍ୟ ଚଳାନ୍ତି । ଯେଉଁଠାରୁ ସେ ବହୁତ ରୋଜଗାର ମଧ୍ୟ କରନ୍ତି। ମୁମ୍ବାଇରେ ତାଙ୍କର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସେମାନଙ୍କର ସମ୍ପତ୍ତି ଏବଂ ଘର ଅଛି । ଏହା ସହ ତାଙ୍କର ଦାମୀ ଗାଡି ମଧ୍ୟ ରହିଛି ।

IndiaTv

ମଲାଇକା ଆରୋରା ମଧ୍ୟ ମହଙ୍ଗା ଏବଂ ରାଜକୀୟ ଗାଡିକୁ ବହୁତ ଭଲ ପାଆନ୍ତି । ତାଙ୍କ ପାଖରେ ରେଞ୍ଜ ରୋଭର, ବିଏମଡବ୍ଲୁ ୭ସିରିଜ୍ ୭୩୦ ଏଲଡି, ଟୟୋଟା ଇନୋଭା କ୍ରେଟା , ବିଏମଡବ୍ଲୁ x7 ଭଳି ଅନେକ ରହିଛି । ତେବେ ମଲାଇକାଙ୍କ ଆୟର ଉତ୍ସ ମଧ୍ୟ ୩୦ରୁ ଅଧିକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ସାମିଲ୍ କରେ ।

   Related Posts