ଅର୍ଜୁନ କପୁରଙ୍କୁ କେତେ ଭଲ ପାଆନ୍ତି ମଲାଇକା, ପ୍ରଥମ ଥର ମୁହଁ ଖୋଲି କହିଲେ ଅଭିନେତା

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୦୨/୦୬: ବଲିଉଡର ସବୁଠାରୁ ଚର୍ଚ୍ଚିତ ଲଭ୍ ବାର୍ଡ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ଲଭ୍ ଷ୍ଟୋରୀ ହେତୁ ଅନେକ ସମୟରେ ଆଲୋଚନାରେ ରହିଥାନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କର ବୟସରେ ଅନେକ ଅନ୍ତର କିନ୍ତୁ ଏହା ସତ୍ତ୍ୱେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଅର୍ଜୁନ-ମଲାଇକା ବର୍ତ୍ତମାନ ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବରେ ନିଜର ପ୍ରେମ ବ୍ୟକ୍ତ କରୁଛନ୍ତି। ଏଥି ସହିତ, ପୁଣି ଥରେ ଅର୍ଜୁନ କପୁର, ମଲାଇକାଙ୍କ ପ୍ରତି ଥିବା  ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ।

{"width":696,"height":391}
PunjabKesari

ନିକଟରେ, ଏକ ଇଣ୍ଟରଭ୍ୟୁରେ ସମୟରେ, ଅର୍ଜୁନ କପୁରଙ୍କୁ ତାଙ୍କୁ ଭଲଭାବେ ଜାଣିଥିବା ବ୍ୟକ୍ତିଙ୍କ ନାମ କହିବାକୁ କୁହାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଅର୍ଜୁନ ବିନା ଦ୍ୱିଧାରେ ମଲାଇକା ଆରୋରା ନାମ ନେଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ଅର୍ଜୁନ କପୁର କହିଛନ୍ତି ଯେ, ସେ ମୋ ଗର୍ଲଫ୍ରେଣ୍ଡ ତେଣୁ ସେ ମୋତେ ଭିତରୁ ଆଉ ବାହାରୁ ଭଲଭାବରେ ଜାଣିଛନ୍ତି । ଅର୍ଜୁନ କହିଛନ୍ତି, ଯେତେବେଳେ ତାଙ୍କର ମୁଡ୍ ଖରାପ ଥାଏ କିମ୍ବା ତାଙ୍କ ଦିନ ଭଲ ରହିନଥାଏ, ମଲାଇକା ଏହି ସବୁ ଜିନିଷଗୁଡ଼ିକୁ ଶୀଘ୍ର ଜାଣି ଯାଇଥାନ୍ତି ।

ମଲାଇକା ଆରୋରାଙ୍କ ସହ ସମ୍ପର୍କରେ ଆସିବା ପରେ ଅର୍ଜୁନ ଏହି ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ତେବେ ଦୀର୍ଘ ସମୟ ପରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ବର୍ତ୍ତମାନ ଏହି ଦମ୍ପତି ସୋସିଆଲ ମିଡିଆଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପରସ୍ପର ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.