ଗୋଆରେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଛୁଟି କଟାଉଛନ୍ତି ମଲାଇକା ଆରୋରା, ସାଙ୍ଗରେ ଅଛନ୍ତି ଭଉଣୀ ଅମୃତା
27/12/2020 at 3:09 PM

ଗୋଆ ୨୭।୧୨: ଅଭିନେତ୍ରୀ ମଲାଇକା ଆରୋରା ଏବେ ଗୋଆରେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଛୁଟି କଟାଉଛନ୍ତି । ମଲାଇକାଙ୍କ ସହ ତାଙ୍କ ପରିବାର ମଧ୍ୟ ଗୋଆରେ ଅଛନ୍ତି । ଏହାର ଫଟୋ ମଧ୍ୟ ମଲାଇକା ସେୟାର କରିଛନ୍ତି । ମଲାଇଲା ଗୋଟିଏ ଗ୍ରୁପ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ବୟଫ୍ରେଣ୍ଡ ଅର୍ଜୁନ କପୁର, ଭଉଣୀ ଅମୃତା ଆରୋରା ଏବଂ ତାଙ୍କର ଜଣେ ବନ୍ଧୁ ଅଛନ୍ତି ।

ଫଟୋରେ ସମସ୍ତେ ସମୁଦ୍ର କୂଳରେ ବସିଥିବାର ଦେଖିବାକୁ ମିଳିଛି । ମଲାଇକା ଏବଂ ଅର୍ଜୁନ ହ୍ବାଇଟ୍ ଆଉଟ୍ ଫିଟ୍ ରେ ଥିବାବେଳେ ଅମୃତାଙ୍କୁ ବ୍ଲାକ୍ ଆଉଟ୍ ଫିଟ୍ ରେ ଦେଖିବାକୁ ମିଳିଛି । ଫଟୋ ସହ ମଲାଇକା ଆରୋରା #GoaDiaries ଲେଖିଥିବାକ ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଲାଇକା ଭଉଣୀ ଅମୃତାଙ୍କ ସହ ଏକ ଫଟୋ ପୋଷ୍ଟ ମଧ୍ୟ କରିଥିଲେ । ଏହି ଫଟୋରେ ଦୁଇ ଭଉଣୀ ସମୂଦ୍ର କୂଳରେ ବସି ଡ୍ରିନକ୍ସ କରୁଥିବା ଦେଖିବାକୁ ମିଳିଥିଲା ।

ଜୁମ୍ କୁ ଦେଇଥିବା ଏକ ସାକ୍ଷାତକାରରେ ମଲାଇକା କହିଥିଲେ ଯେ, କରୋନା ପଜିଟିଭ ହେବା ପରେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ କ୍ବାରେଣ୍ଟାଇନ୍ ରେ ରହିଥିଲେ । ଏହା ବ୍ୟତୀତ ସେ କହିଥିଲେ ଯେ, କେମିତି ଅର୍ଜୁନଙ୍କ ସହ ତାଙ୍କ ସମୟ ଅତିବାହିତ ହୋଇଥିଲା । ସାକ୍ଷାତକାରରେ ଯେତେବେଳେ ମଲାଇକାଙ୍କୁ ପ୍ରଶ୍ନ ପଚରାଯାଇଥିଲା କି ସେ କ୍ବାରେଣ୍ଟାଇନ୍ ରେ କେଉଁ ଅଭିନେତାଙ୍କ ସହ ରହିବାକୁ ପସନ୍ଦ କରିବେ ସେତେବେଳେ ସେ କହିଥିଲେ ସେ ଏମିତି ଜଣେ ଅଭିନେତାଙ୍କ ସହ କ୍ବାରେଣ୍ଟାଇନ୍ ରେ ରହିସାରିଛନ୍ତି ଯିଏକି ବହୁତ ମଜାଳିଆ ।