୧୭ ବର୍ଷ ବୟସରେ ପାଦ ଥାପିଲେ ମଲାଇକା ଓ ଅରବାଜଙ୍କ ପୁଅ ଆରହାନ ଖାନ, ମଲାଇକା ଫଟୋ ପୋଷ୍ଟ କରି ଲେଖିଲେ ଏମିତି…

Published By : Prameya-News7 Bureau | November 09, 2019 IST

ମୁମ୍ବାଇ୮/୧୧: ରିଲେସନ୍‌ସିପ୍‌କୁ ନେଇ ଦୀର୍ଘ ଦିନଧରି ଚର୍ଚ୍ଚାରେ ରହି ଆସୁଥିବା ମଲାଇକା ଆରୋରା ତାଙ୍କ ପୁଅ ଆରହାନ ଖାନଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଜି ଆରହାନଙ୍କ ଜନ୍ମ ଦିନ ସେ ୧୭ ବର୍ଷ ବସୟରେ ପଦାର୍ପଣ କରିଛନ୍ତି। ତେଣୁ ମାଆ ମଲାଇକା ତାଙ୍କ ଫଟୋ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମାଆ  ପୁଅଙ୍କ ଫଟୋ ପୋଷ୍ଟ କରି ସେଥିରେ ବହୁ ସୁନ୍ଦର କଥା ମଧ୍ୟ ଲେଖିଛନ୍ତି।

ମଲାଇକା ଫଟୋ ପୋଷ୍ଟ କରି ସେଥିରେ ଲେଖିଛନ୍ତି ଯେ ଏଭଳି ଭାବେ ତାଙ୍କ ବେବି ବୟଙ୍କୁ ୧୭ ବର୍ଷ ବୟସ ହୋଇଗଲା। ଆରହାନ ତାଙ୍କ ଶକ୍ତି ବୋଲି ମଲାଇକା ଲେଖିଛନ୍ତି।

ଏହି ଫଟୋଟି ମଲାଇକା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଅନ୍ୟପଟେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ବା ସ୍ବାମୀ ଅରବାଜ ଖାନ ମଧ୍ୟ ଏହି ସମାନ ଫଟୋ ଶେୟାର କରି ପୁଅ ଆରହାନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

wp:core-embed/instagram {"url":"https://www.instagram.com/p/B4ojbN8hgdY/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B4ojbN8hgdY/?utm_source=ig_web_copy_link
/wp:core-embed/instagram

ସୂଚନା ଅନୁସାରେ ୫ ବର୍ଷ ଡେଟ୍‌ କରିବା ପରେ ୧୯୯୮ ମସିହା ଡିସେମ୍ବର ୧୨ ତାରିଖରେ ଖ୍ରୀଷ୍ଟିୟାନ ଓ ଇସଲାମ ରୀତି-ନୀତି ଅନୁସାରେ ଅରବାଜ ଖାନ ଓ ମଲାଇକା ଏରୋରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେହିପରି ବିବାହର ୧୯ ବର୍ଷ ପରେ ଅର୍ଥାତ ୨୦୧୯ ମସିହାରେ ପରସ୍ପରଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା। ଅରବାଜ ଓ ମଲାଇକାଙ୍କ ସନ୍ତାନ ହେଉଛନ୍ତି ଆରହାନ ଖାନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.