Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେଜରୀୱାଲ କହିଲେ ଦିଲ୍ଲୀକୁ ବିପଦରେ ପକାଇ ଦେଇଛି ନିଜାମୁଦ୍ଦିନର ମକରଜ୍, ୪୪୧ ତାବଲିଗୀ ଅଂଶଗ୍ରହଣକାରୀ ସଂକ୍ରମିତ

31/03/2020 at 6:47 PM

ନୂଆଦିଲ୍ଲୀ ୩୧।୩:  କରୋନା ଭାଇରସ୍ ସଂକ୍ରମଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଙ୍ଗଳବାର ତାଙ୍କ ଦୈନିକ ବ୍ରିଫିଙ୍ଗରେ ଗୁରୁତର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥିରେ ସେ ନିଜାମୁଦ୍ଦିନ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୪୪୧ଜଣଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା କହିଛନ୍ତି।  

ମାର୍ଚ୍ଚ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନ ମକରଜ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏଥିରେ ଅଂଶଗ୍ରହଣ କରିଥିବା ୧ ହଜାର ୧୦୭ ଜଣଙ୍କୁ  ଏବେ କ୍ୱାରେଣ୍ଟାଇନରେ ରଖା ଯାଇଥିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାରା ବିଶ୍ୱରେ କରୋନା ଏବେ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜଧାନୀରେ ଏପରି ବିଶାଳ କାର୍ଯ୍ୟକ୍ରମ ଆୟୋଜନକାରୀଙ୍କ ବିରୋଧରେ ଏତଲା ରୁଜୁ ଲାଗି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ସୋମବାର ରାତିରେ ନିବେଦନ କରିଥିବା କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ମାଲେସିଆ, ଇଣ୍ଡୋନେସିଆ ଓ ସାଉଦି ଆରବ ଆଦି ଦେଶରୁ ୨୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିବାର ଏବେ ସନ୍ଦେହ କରାଯାଉଛି। ଏଥିରେ ଦେଶର ୨୪ଟି ରାଜ୍ୟରୁ ଆସିଥିବା ପ୍ରତିନିଧି ଏବେ କରୋନା ପଜେଟିଭ ଚିହ୍ନଟ ହୋଇଥିବା କେଜରିୱାଲ କହିଛନ୍ତି। ଏମାନଙ୍କ ମଧ୍ୟରୁ ଜମ୍ମୁ-କାଶ୍ମୀର ଓ ତେଲେଙ୍ଗାନାର ୯ ଜଣଙ୍କର ଇତିମଧ୍ୟରେ କରୋନାରେ ମୃତ୍ୟୁ ହୋଇସାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମର ଆୟୋଜକ ରାଜଧାନୀ ଦିଲ୍ଲୀ ଓ ସାରା ଦେଶକୁ ଏବେ ବିପଦରେ ପକାଇଥିବା କହି ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀରେ ସୋମବାର ଗୋଟିଏ ଦିନରେ ୨୪ ଜଣ କରୋନା ପଜେଟିଭ ମିଳିଥିବା ବେଳେ ମୋଟ ସଂଖ୍ୟା ଏବେ ୮୭ରେ ପହଞ୍ଚିଛି। ଏହି ସମୟରେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି।

   Related Posts